Categories
Journal Poetry

ପାଞ୍ଚଟି ଏକପଦୀ

Volume.1 – Issue.12 – Deceember 2025
Author – Ramesh Mangaraj
Address – Kabi O Kabita Bhawan, Mahula, Angarapada, Khordha
Contact – 8114609280

ଆକାଶର ଜହ୍ନ ସାଗରରୁ ମୋତେ
ଆଣିଛି ତୋଅରି ପାଇଁ
ଆଳୁ ଖୋଳୁ ଖୋଳୁ ମହାଦେବ ପାଇ
ଆତ୍ମହରା ଗଲି ହୋଇ ॥୧॥

ଆପଣା ସୁନା ତ ଭେଣ୍ଡି ହୋଇଗଲା
ଆଣ୍ଟ ପଣ ଗଲା ଭାଙ୍ଗି
ଆପଣା ଫାନ୍ଦରେ ଆପେ ପଡିଗଲି
ଆଗେଇବି କାହା ଲାଗି ॥୨॥

ଆଖି ଥାଇ ଅନ୍ଧ କରିଦେଲୁ ମୋତେ
ଆଖିରେ ପକାଇ ଧୁଳି
ଆଖୁ କିଆରୀରେ ଘଣାକୁ ପେଲୁଛି
ଆଗକୁ ପାରୁନି ଚାଲି ॥୩॥

ଆଡ ନାୟନରେ ଚାହିଁଲୁନି ମୋତେ
ଆଡ କରି ଦେଇଗଲୁ
ଆଚ୍ଛା କରି ପାନେ ଦେଇଗଲୁ ମୋତେ
ଆହା ବୋଲି ନକହିଲୁ ॥୪॥

ଆଶା ମୋ ତୁଟିଛି ଆଶ୍ରୟ ଭାଙ୍ଗିଛି
ଆଉ କି ଆସିବୁ ସତେ
ଆହାର ଦେଇ ତୁ ପାହାର ମାରିଲୁ
ଆଜି ମୁଁ ଭାବଇ ତୋତେ ॥୫॥

Share with friends: