ଏହି କବିତାରେ ଆଧୁନିକ ସମାଜର ଅବସ୍ଥା ଓ ପରିବାରିକ ମୂଲ୍ୟବୋଧର ଅବନତିକୁ ଚିତ୍ରଣ କରାଯାଇଛି । ସ୍ୱାମୀଟିଏ ପରିବାରର ଖୁସି ପାଇଁ ଦିନରାତି ପରିଶ୍ରମ କରୁଥାଏ, କିନ୍ତୁ ଘରଣୀ ଓ ସନ୍ତାନମାନେ ଭ୍ରଷ୍ଟ ପଥକୁ ଯିବାର ଅନେକ ନଜିର ସମାଜରେ ରହିଛି । ଝିଅଟିଏ ଅସତ୍ ପଥରେ ଚାଲିଯାଉଛି, ପୁଅଟି ନିଶାସକ୍ତ ହେଉଛି । ମୋବାଇଲ୍ ଓ ସୋସିଆଲ୍ ମିଡିଆର ଅତିରିକ୍ତ ପ୍ରଭାବରେ ଜୀବନର ଦିଗ ବଦଳିଯାଉଛି । ହୋଟେଲ ରହଣୀ ଓ ଭିଡିଓ ଭାଇରାଲ୍ ହେବା ପରେ ଲଜ୍ଜା ଓ ଦୁଃଖରେ ଅନେକେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ଶାରୀରୀକ ଓ ମାନସିକ ଭୋଗବାସନା ଜୀବନକୁ ବିଷମୟ କରିଦେଉଛି । ଅତ୍ୟଧିକ କାମନା, ବାସନା ଓ ଅସନ୍ତୋଷ ଶେଷରେ ସଂସାରକୁ ଉଜାଡ଼ି ଦେଉଛି । ଏହି କବିତା ସମାଜର ନୈତିକ ଅବକ୍ଷୟ ଓ ଉଗ୍ର ଆଧୁନିକତାରେ ପ୍ରଭାବିତ ସମାଜ ପ୍ରତି ଏକ ସତର୍କ ବାର୍ତ୍ତା ଦେଇଛି.. ।