Categories
Journal Poetry

ଶରତ ଶୋଭା

Open Access Journal 768x74

Volume.IX – Issue.X – October 2025
Author – Basant Kumar Pradhan
Address – Hariharpur, Chhendipada, Anugul

ଶରତ ଶୋଭା କି ମନଲୋଭା
ଭାଦ୍ର-ଆଶ୍ଵିନ ମାସେ
କାଶତଣ୍ଡିର ଶୁଭ୍ର ଝଲକେ
ଧରଣୀ ରାଣୀ ହସେ l

ନିର୍ମଳ ଜଳ ସ୍ଥଳ ନିର୍ମଳ
ଗଗନ ସ୍ୱଚ୍ଛ ଦିଶେ
ନାନା ଜାତିର କୁସୁମ ଫୁଟି
ମନର ଦୁଃଖ ନାଶେ l

ସ୍ନିଗ୍ଧ ଶୀତଳ ସମୀର ବହି
ମନକୁ ନିଏ ମୋହି
କୃଷକ ଭାଇ ମୁହଁରେ ହସ
ସୁନା ଫସଲ ଚାହିଁ l

ଶରତ ଅଟେ ପାର୍ବଣ ଋତୁ
ପରବ ଆସେ କେତେ
ଜଂଜାଳମୟ ପ୍ରାଣ ସରସ
ଆନନ୍ଦ ଭରେ ଚିତ୍ତେ l

ପ୍ରକୃତି ଶୋଭା ଅବର୍ଣ୍ଣନୀୟ
ଶାନ୍ତ ଶୀତଳ ଧରା
ମା ‘ଦଶଭୁଜା କରିବେ ବିଜେ
ଆସଇ ଦଶହରା l

ହସେ ପ୍ରକୃତି ମନେ ପ୍ରଶାନ୍ତି
ଅଟେ ଏ ଋତୁସାର
ଭରଇ ସ୍ଵପ୍ନ ଓ ପ୍ରସନ୍ନତା
ପ୍ରାଣ ଲାଗେ ମଧୁର l

End Line Of Article 768x5
Share with friends: