Categories
Journal Poetry

ପିତା ଗୁଣେ ପୁତ୍ର

Open Access Journal 768x74

Volume.1 – Issue.11 – November 2025
Author – Chandra Mishra
Address – Philadelphia, Pennsylvania, USA

ଲାଲୁ ମାନସିଂହ ନାମ
ଓଡ଼ିଶା ଦେଶ ତା’ ଧାମ
ମାତା ନାମ ହେମଲତା,
କବି ମାନସିଂହ ପିତl ।

ବୃତିରେ ସେ ବୈଜ୍ଞାନିକ
ଗବେଷଣାରେ ପ୍ରବୀଣ
ବିଦେଶକୁ ପଢି ଗଲେ
କାନାଡା ଦେଶେ ରହିଲେ l

ସେଠାର ବାସିନ୍ଦା ହୋଇ
କଲେ ଗବେଷଣା ନିତି
ଦିନ ରାତି କରି ଶ୍ରମ
ଅର୍ଜିଲେ ବିଦେଶେ ନାମ

ବିଦେଶେ ଟାଇମ୍ସ ପତ୍ରିକା
ପ୍ରକାଶିଲା ତାଙ୍କ ଲେଖା
ପୁତ୍ରର ଗରିମା ଦେଖି
ମାୟାଧର ହେଲେ ଖୁସି l

କିନ୍ତୁ ମାତା ହେମଲତା
କହିଲେ ତାଙ୍କର ବ୍ୟଥା l
ନୋବେଲ ପ୍ରାଇଜ୍ ସିନା
ପାଇ ଥାନ୍ତୁ ଲାଲୁ ଲଲା l

ଏତେ ବାଟରେ ରହିଲୁ
କି ବଡ଼ କାମ କରିଲୁ ?
ଦେଶରେ ଯଦି ଥାଆନ୍ତୁ
ଲୋଡିଲେ ଦୌଡ଼ି ଆସନ୍ତୁ l

ମାଉସୀଙ୍କ କଥା ଶୁଣି
ମନେ ମନେ ଚିନ୍ତି ହେଲି
ଭାବିଲି ଦେବି କି କହି
ଜାଣନ୍ତି କି ମୋ ମାଉସୀ

ଭୂବିଜ୍ଞାନ ଗବେଷଣା
ମାଉସୀଙ୍କୁ ନାହିଁ ଜଣା
ସେଇ ବିଷୟଟି ପାଇଁ
ନୋବଲ ପ୍ରାଇଜ୍ ନାହିଁ

ବସିଲି ପାଖରେ ଯାଇ
କାନରେ କହିଲି ଧିରି
ତୁମ ପୁଅ ବିଦେଶରେ
ଯେଉଁ ପାଠ ସେ ପଢିଲେ

ବିଜ୍ଞାନର ସେ ବିଭାଗେ
ନାହିଁ ପ୍ରାଇଜ ତା ସାଙ୍ଗେ
ମୋ କଥା ଶୁଣି ମାଉସୀ
ଗଲେ ସାଙ୍ଗେ ସାଙ୍ଗେ ରୁଷି

ଲାଲୁ ଟା ମୋର ବଗୁଲା
ଜାଣିନି ପାଠ କି ପଢିଲା
ଯଦି ନାହିଁ ପୁରସ୍କାର
ସେ ପାଠ କେଉଁ କାମର ?

ଲାଲୁ ବାବୁ ଏବେ ବସି
ମନେ ମନେ ବିଚାରନ୍ତି
ଯଦି ଲେଖି ଥାନ୍ତି କବିତା
ସାଉଁଟି ଥାଆନ୍ତି ପ୍ରଶଂସା

ସାହିତ୍ୟ କ୍ଷେତ୍ରରେ ପଶି
ସଭା ସମିତିରେ ବସି
ପାଉଥାନ୍ତି ମାନପତ୍ର
ବାଜି ଥାନ୍ତା ତାଳି ମାନ l

ନ ଥାଆନ୍ତା ମୋର ଗାଡି
ଅବା କୋଠାଘର ବାଡ଼ି
ହୋଇ ଥାଆନ୍ତି ମୁଁ କବି l
ଚିରକାଳ ବଂଚି ଥାନ୍ତି !

ଜାଣି ଥାନ୍ତେ ମତେ ସର୍ବେ
ସାରା ଓଡିଶା ଓ ଭାରତେ
ପଢ଼ୁଥାନ୍ତେ ମୋ କବିତା
ପିଲା, ବୁଢା ଆଉ ଯୁବା l

ନହେଲେ ନାହିଁ ମୁଁ କବି
ସାହିତ୍ୟ ସେବା କରିବି
ଗଢିଲି ଓଷା ଜର୍ଣ୍ଣାଲ
ଏବେ ଉର୍ମି ତାର ନାମ

ପ୍ରବାସୀ ଧରି କଲମ
ଲେଖିଲେ କବିତା ଗଳ୍ପ
ଦେଶ ବା ବିଦେଶ ହେଉ
ଆମରି ଭାଷାଟି ରହୁ l

End Line Of Article 768x5
Share with friends: