Categories
Journal Poetry

ଜୀବନ ଖାତାରେ

Volume.1 – Issue.1 – January 2025
Author – Nishikant Kahalsingh
Address – Lokipur, Gadamanatir, Khordha
Contact – 9937953526

ସାଦା କାଗଜର
ଖାତା ମୋ’ ଜୀବନ
ତୁମେ ତ କବିତା ମୋ’ର
ଭାବିଲି ତୁମକୁ
ନେଇ ମୁଁ କରିବି
ଖାତା ମୋ’ କବିତା ଘର ।।୦।।

ଜୀବନ ଖାତାରେ
ପତରେ ପତରେ
ଯେତେ ଯାହା ଗଲେ ଲେଖି
ବୁଝି ହୁଏନାହିଁ
କେଜାଣି କାହିଁକି
ପୁଣି ଦି’ ପତର ବାକି,
ଅବଶ୍ୟ ମରିନି
ମନରୁ ଭାବନା
ଝର କଲମରୁ ଝର ।।୧।।

ତୁମକୁ ଖାତାରେ
ସଜେଇଲି ଏତେ
ପୁଣି କି’ ହୋଇଲା ଉଣା
କବିତାକୁ ନେଇ
ଜୀବନ ଜିଇ ବି
କବିରେ ନହେଲେ ଗଣା,
କିଏ ମୋତେ କବି-
କହୁ କି ନକହୁ
ତୁମେ କବିତାରେ ସାର ।।୨।।

Share with friends: