Volume.1 – Issue.1 – January 2025
Author – Kunja Bihari Sahoo
Address – Patrapada, Bhubaneswar
Contact – 9437929879
ବୁଢା ବୁଢୀ ଦୁହେଁ ଜରାଶ୍ରମେ ରହି କାଳ କାଟୁଛନ୍ତି ସଜାରେ
ଶାଶୁ ଶ୍ୱଶୁରକୁ ଗୋଡ଼ରେ ଆଡ଼େଇ ବୋହୁ ନାଚୁଅଛି ମଜାରେ ।
ବେଳଜୁ ଦରାଣ୍ଡି ପଡ଼ୋଶୀ ବୋହୂଟା କହୁଛି ନାଚୁଥା ଆହୁରି
ତୁମେ ଯେବେ ହେବ ଶାଶୁ ଓ ଶ୍ୱଶୁର ବାଜୁଥିବ ଶୋକ ମହୁରି ।
ପାଣି ଜାହାଜରେ ପ୍ରେମ କରି କରି ବିଦେଶିନୀ ରହେ ବାହାରେ
ଶାଶୁ ଶ୍ୱଶୁର କି ଦିଅର ଦେଖିଲେ କଥାରେ ଦିଅଇ ପାହାରେ ।
ପକେଟେ ପୂରାଇ ନିରୀହ ସ୍ୱାମୀକୁ ଖାଉଥାଏ ନିତି ହୋଟେଲେ
ଘରେ ରହିବାକୁ ମନ ବଳେନାହିଁ ବେଳ କାଟେ ଯାଇ ମୋଟେଲେ ।
ଭଉଣୀକୁ ଆଉ ପଚାରୁନି ଭାଇ ଶାଳୀ ପ୍ରେମେ ହୋଇ ପାଗଳ
ନିଜ ଭାରିଜାର ହୁକୁମ ମାନୁଛି ଘରେ ହୋଇଲାଣି ଛାଗଳ ।
ଓଡିଆର ପୂଜା ପରବ ପାସୋରି ଛାତିକୁ ଫୁଲେଇ ବୁଲୁଛି
ଶାଳୀ ସାଥେ ରହି ନନ୍ଦନକାନନ ଦୋଳିରେ ମଜାରେ ଝୁଲୁଛି ।
ଯିଏ ଯାହା କହୁ ଯିଏ ଯାହା କରୁ ଶୁଣିବା କାହିଁକି କଥାକୁ
ଟାହିଟାପରାକୁ ଗୋଡ଼ରେ ଆଡ଼େଇ ଭୁଲିଯିବା ସବୁ ପ୍ରଥାକୁ ।
ଆପେ ବଞ୍ଚିଥିଲେ ବାପାର ନାଁ ତ ଭବିଷ୍ୟତ କିଏ ପଚାରେ
କହୁଥିଲେ କୁଳ କୁଟୁମ୍ବକୁ ଲାଜ ନ କହିଲେ କିଏ ସଚ୍ଚାରେ !
