Categories
Journal Poetry

ନିଜର ଲାଗୁଛ ଭାରି

Open Access Journal 768x74

Volume.1 – Issue.1 – January 2025
Author – Tara Prasad Jena
Address – Ranpur, Nayagarh, Odisha
Contact – 9438054300

ଲୁହ ଦେଇଥିଲି ହସ ଦେଇଦେଲ
ବଦଳ ଭାବରେ ଘାରି
ଆଖି ରଖିଥିଲି ଆଖି ଦେଖାଇଲ
ନିଜର ଲାଗୁଛ ଭାରି
ଲୁହ ଦେଇଥିଲି ହସ ଦେଇଦେଲ….।୦।

କଥା କହୁଥିଲେ କଥା ସରୁନାହିଁ
ସମୟ ଯାଉଛି ବିତି
ମଥା ହଲୁଥିଲେ ଭାବ ମିଳିଯାଏ
ସପନ ବିଧୁର ରାତି,
ହାତ ତୋଳିଧରେ ଫୁଲ ଗଜରାକୁ
ସଜନୀ ଗେଲକୁ ଠାରି
ଲୁହ ଦେଇଥିଲି ହସ ଦେଇଦେଲ….।୧।

ମନ ମାରିଥିଲେ ଖୁସି ବାଣ୍ଟୁଥିଲ
ଭାଗ୍ୟର ସୁବିଧା ଲାଗି
ଦେହ ପାନ୍ଥଶାଳା ସ୍ନେହ ଦାୟିତ୍ଵରୁ
ଖସିତ ଯାଇନ ରାଗୀ,
ଅତି ଆପଣାର କେହି ଆଉ ନାହିଁ
ଜୀବନ ନାଟକ ଜାରି
ଲୁହ ଦେଇଥିଲି ହସ ଦେଇଦେଲ….।୨।

End Line Of Article 768x5
Share with friends: