Volume.IX – Issue.X – October 2025
Author – Dasarath Majhi
Address – Kurumachuan, Bhawanipatna, Kalahandi
Contact – 8249212472
ଅଷ୍ଟମୀ ତିଥିରୁ ଦଶମୀ ପର୍ଯ୍ୟନ୍ତ
ଆଶ୍ଵିନ ମାସର ଦିନ
ବୋଏଲ୍ ଯାତ୍’ରା ଗଣ୍ଡ ସଂପ୍ରଦାୟ
କରିଥାଆନ୍ତି ପାଳନ ॥୧॥
ଦେବାଦେବୀ ପ୍ରତି ଭକ୍ତିଭାବ ରଖି
କରନ୍ତି ଦୃଢ ବିଶ୍ୱାସ
ଭକତି ବିଶ୍ୱାସେ ଦେବାଦେବୀ ଯେତେ
ଦେଇ ଥାଆନ୍ତି ଆଶିଷ ॥୨॥
ଆଶ୍ଵିନ ମାସର ଅଷ୍ଟମୀ ଦିନରେ
ଯେତେ ଗ୍ରାମର ଝାଙ୍କର
ଖଣ୍ଡା ଲାଠି ଆଉ ଅସ୍ତ୍ର ଶସ୍ତ୍ର ସବୁ
କରନ୍ତି ତାକୁ ବାହାର ॥୩॥
କଳାହାଣ୍ଡି ଜିଲ୍ଲା ଅନେକ ଗ୍ରାମର
ଗଣ୍ଡ ସଂପ୍ରଦାୟ ଲୋକ
ଝାଙ୍କର ହେବାର ଦେଖା ଯାଇଥାଏ
ସିଏ ଅଟନ୍ତି ପୂଜକ ॥୪॥
ଖଣ୍ଡା ଲାଠି ଆଉ ଯେତେ ଅସ୍ତ୍ର ଶସ୍ତ୍ର
ଝାଙ୍କର ମାନେ ଧୁଅନ୍ତି
ନଈର ତୁଠରେ ଗୋଟିଏ ଜାଗାରେ
ଅସ୍ତ୍ର ଶସ୍ତ୍ରକୁ ରଖନ୍ତି ॥୫॥
