Categories
Journal Poetry

ମାଆ ଆସୁଛନ୍ତି ବୋଲି

Volume.IX – Issue.X – October 2025
Author – Saraswati Meher
Address – Sinapalli, Nuapada, Odisha

ଚାଲିଛି ପୂଜା ମଣ୍ଡପ ସଜା
ମାଆ ଆସୁଚନ୍ତି ବୋଲି
କେତେ ଯତନ ରେ ଫୁଲର ମାଳରେ
ଦିଶିବ ମାଆର ମେଢ଼
ତାରା ଭଳି ଝଲମଲ ରେ ।
ଆସିବେ ମାଆ ଦୁର୍ଗତି ନାଶିନୀ
ଭକତଙ୍କୁ ଦେବେ ଆଶିଷ
ପାପିର ଉଦ୍ଧାର କରି
ରଖିବେ ତାଙ୍କର ଯଶ ।
ଜୟ ମା ଦୁର୍ଗା, ଜୟ ମା ଅମ୍ବେ
ତୋହର ସନ୍ତାନ ଅଟୁ ଗୋ ଆମ୍ଭେ
ଦୋଷା ଦୋଷ କ୍ଷମା କରିବ
ଶୁଭ ବୁଦ୍ଧି ଢାଳି ଦେବ ।

Share with friends: