Categories
Journal Poetry

ପାଞ୍ଚଟି ଏକପଦୀ

Volume.1 – Issue.11 – November 2025
Author – Ramesh Mangaraj
Address – Kabi O Kabita Bhawan, Mahula, Angarapada, Khordha
Contact – 8114609280

ଆହାର ପେଟକୁ ଦେଇ ପାରିଲନି
ଆଘାତ ପିଠିକୁ ଦେଲ
ଆଦର କରିବା ଚୁଲି ମୁହେଁ ଯାଉ
ଆଣ୍ଠୁରେ ଆଣ୍ଠେଇ ଦେଲ ॥୧॥

ଆରିଷା କାକରା ପିଠାରେ ତୋ’ ମନ
ଆରଶିରେ ଦେଖୁ ମୁହଁ
ଆଶ୍ଚର୍ଯ୍ୟ ଲାଗଇ ତୋ ଚାଲି ଚଳଣି
ଆଖିରେ ଆଖିଏ ମୋହ ॥୨॥

ଆଖର ହେଲାଣି ଯୁଆନ ବୟସ
ଆଗ୍ରହ ଗଲାଣି ତୁଟି
ଆଗକୁ ସମୟ କେମିତି କଟିବ
ଆଚମ୍ବିତ ଲାଗେ ଏଠି ॥୩॥

ଆଡେଇ ଦେଏନା ଅଡୁଆ ମନକୁ
ଆଦରେ ଆଦରି ନେଏ
ଆଙ୍କୁଶୀ ଲଗାନା ପୀରତି ପଥରେ
ଆତ୍ମତୃପ୍ତି ଟିକେ ଦେଏ ॥୪॥

ଆଲୋ ହସୁକୁରୀ ଫୁଲେଇ ଜହ୍ନ ତୁ
ଆକାଶୁ ଓହ୍ଲେଇ ଆ
ଆସିଲେ ଦେଖିବୁ ଯାଯାବର ମନ
ଆତୁରେ କରିଛି ଆଁ ॥୫॥

Share with friends: