Categories
Journal Poetry

ସପ୍ତମନ୍ତ୍ର

Open Access Journal 768x74

Volume.1 – Issue.11 – November 2025
Author – Suresh Chandra Bayee
Address – Prabah Sahitya Sansad, Nilakanthapur, Kendrapara

ସତ୍ୟକୁ ପାଳିବୁ ଜୀବନ ଧନରେ
ଅଟେ ସିଏ ମା ପରି,
ସତ୍ୟ ପାଳି ରାମ ଗଲେ ବନବାସ
ସଂସାରେ ପଡିଛି ହୁରି l
ଜ୍ଞାନ ଧନ ଯା’ର ଅଟଇ ନିଜର
ସେ ରୁହେ ସର୍ବ ଉପରେ,
ପିତା ଭଳି ସାହା ହୋଇଥାଏ ସଦା
ଭୟ ନାହିଁ ବିପଦରେ l
ଧର୍ମ ଦାଣ୍ଡେ ତୁମେ ଠିଆହୋଇ ରୁହ
ଅଧର୍ମ ପଥକୁ ଛାଡି,
ଭାଇ ଭଳି ଧର୍ମ ତୁମ ସଙ୍ଗେ ଥିବ
ଅଣ୍ଟାରେ ଗାମୁଛା ଭିଡି l
ଦୟାକୁ ରଖିଲେ ହୃଦୟେ ତୋହର
ସମସ୍ତେ ହୋଇବେ ମିତ୍ର,
ମିତ ରୂପ ଧରି ତୋ ଜୀବନେ ପଥେ
ଚଳାଇବ ସୁଖ ରଥ l
ସ୍ନେହ କଥା ମୁହିଁ ଥରେ ଦେଲେ କହି
ବର୍ଷୀଵ ଅମୃତ ବର୍ଷା,
ଝିଅଟିଏ ହୋଇ ସଭିଙ୍କ ଆଦର
ମାତା ପିତାଙ୍କ ଭରସା l
କ୍ଷମା ଗୁଣ ଥିଲେ ଜୀବନ ଯୁଧ୍ୟରେ
ହେବନାହିଁ ପରାଜୟ,
ପୁତ୍ର ପରି ଆସି ବିଫଳ ବେଳାରେ
ସଫଳ ହେବ ଉଦୟ l
ଶାନ୍ତିର କାହାଣୀ ତୁ ବୋଧେ ଜାଣିନୁ
ଚତୁଃର୍ଦିଗରେ ଅଶାନ୍ତି,
ପରିବାର ସବୁ ଏକାଠି ରହିଲେ
ବିରାଜିବ ଆମ ପ୍ରିତି l

End Line Of Article 768x5
Share with friends: