Categories
Journal Poetry

ତୁମେ ମୋ ହୃଦୟର ସଂଗୀତ

Open Access Journal 768x74

Volume.1 – Issue.11- November 2025
Author – Biranchinarayan Mishra
Address – Mallipur, Niala, Khordha
Contact – 9439011063

ତୁମ ନୟନ ମୁଁ ଯେତେବେଳେ ଦେଖେ
ମୋ ହୃଦୟର ଦୁଃଖ ହାଲୁକା ହୋଇଯାଏ
ତୁମର ହସ, ଜୀବନର ଗଭୀର ନଦୀ ଭଳି
ମୋ ମନକୁ ଶାନ୍ତି ଦିଏ,
ସ୍ନେହର ଲହରୀ ଖେଳାଏ
ତୁମେ ମୋ ହୃଦୟର ସଙ୍ଗୀତ
ମୋ ସ୍ୱପ୍ନର ରୂପ, ସଦା ମୋ ସାଙ୍ଗ
ତୁମ ସହିତ ଜୀବନ ବିତାଇବାକୁ ଚାହେଁ
ଏ ମୋ ମନର ଗୀତ, ପ୍ରେମର ଗୀତ
ସକାଳ ହେଲେ ତୁମ ସ୍ମୃତି ମୋ ମନରେ ଆସେ
ପ୍ରକୃତିର ପ୍ରତ୍ୟେକ କୋଣରେ
ତୁମ ସ୍ପର୍ଶ ମଧୁର ଦିଏ
ହାତରେ ଧରିବା ସ୍ମୃତି,
ଯେଉଁଥିରେ ସମୟ ଚୁପ ହୋଇଯାଏ
ମୋ ହୃଦୟର ସମୁଦ୍ରରେ
କେବଳ ତୁମ ନାମ ହିଁ ତରଙ୍ଗ ମାରେ

ତୁମେ ମୋ ହୃଦୟର ସଙ୍ଗୀତ
ମୋ ସ୍ୱପ୍ନର ରୂପ, ସଦା ମୋର ସାଙ୍ଗ
ତୁମ ସହିତ ଜୀବନ ବିତାଇବାକୁ ଚାହେଁ
ଏ ମୋ ମନର ଗୀତ, ପ୍ରେମର ଗୀତ
ତୁମେ ମୋ ରାତିର ତାରା, ମୋ ଦିନର ସୂର୍ଯ୍ୟ
ପ୍ରତିକ୍ଷଣ ତୁମ ସ୍ମିତିର ଆଲୋକରେ
ମୋ ଜୀବନ ଆଲୋକିତ ହୁଏ
ତୁମ ସହିତ କଥା ହେବାର ପ୍ରତୀକ୍ଷା
ମୋ ମନର ଅନ୍ତରାଳରେ ଏକ ଅମୂଳ୍ୟ ଧନ
ତୁମେ ମୋ ହୃଦୟର ସଙ୍ଗୀତ
ମୋ ସ୍ୱପ୍ନର ରୂପ, ସଦା ମୋ ସାଙ୍ଗ
ତୁମ ସହିତ ଜୀବନ ବିତାଇବାକୁ ଚାହେଁ
ଏ ମୋ ମନର ଗୀତ, ପ୍ରେମର ଗୀତ ।

End Line Of Article 768x5
Share with friends: