Categories
Journal Poetry

ବସନ୍ତ ବର୍ଣ୍ଣନା

କବି – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ମଙ୍ଗଳାଯୋଡି, ଟାଙ୍ଗି, ଖୋର୍ଦ୍ଧା
ମୋ – ୮୨୪୯୨୩୪୧୪୩

Article No. BMM2026/122
Received On 15.02.2026
Published On 03.03.2026

ପ୍ରକାଶନ ବିବରଣୀ

ଦ୍ଵିତୀୟ ବର୍ଷ, ତୃତୀୟ ସଂଖ୍ୟା – ମାର୍ଚ୍ଚ ୨୦୨୬
Volume No.02, Issue No.03 – March 2026
ISSN : 3108-2041

ସାରାଂଶ

ଫଗୁଣର ରଙ୍ଗରେ ରଙ୍ଗାୟିତ ଏହି ସୁନ୍ଦର କବିତା । ବସନ୍ତର ଆଗମନ, ପ୍ରକୃତିର ନବଜାଗରଣ, ପ୍ରେମ ଓ ପ୍ରଣୟର ଉତ୍ସବ, ମଳୟ ପବନର ମୃଦୁ ସ୍ପର୍ଶ, କୋକିଳର ପଞ୍ଚମ ତାନ, ପୁଷ୍ପିତ ତରୁ-ଲତା ଓ ପ୍ରଜାପତିର ରଙ୍ଗିନ ଆକର୍ଷଣ, ଯେମିତି ଏହି ଋତୁର ପ୍ରକୃତିକୁ ଅପୂର୍ବ ସୁନ୍ଦରତା ପ୍ରଦାନ କରିଥାଏ । ଏହି କବିତାରେ କେବଳ ପ୍ରକୃତିର ଚିତ୍ରଣ କରାଯାଇ ନାହିଁ, ଆମ ଓଡ଼ିଆ ସଂସ୍କୃତିର ଆଧ୍ୟାତ୍ମିକ ଓ ପାରମ୍ପରିକ ରୂପର ମଧୁର ଝଲକ ମଧ୍ୟ ଏହି କବିତାରେ ସ୍ପଷ୍ଟ ଅନୁଭବ ହୁଏ । ଜାଗର ପାର୍ବଣରେ ପ୍ରଭୁ ସଦାଶିବଙ୍କ ଆରାଧନା, ଫଗୁଣରେ ଦୋଳଯାତ୍ରାର ଅବିର ଖେଳ, ଏବଂ ରୁକୁଣା ରଥରେ ତ୍ରିଲୋଚନଙ୍କ ବିଜେ, ଯେମିତି ଭକ୍ତି ଓ ପ୍ରେମର ଏକ ଅଦ୍ୱିତୀୟ ସମ୍ମିଳନ । କବି ଏହି କବିତାରେ ବସନ୍ତକୁ କେବଳ ଏକ ଋତୁ ଭାବେ ନୁହେଁ, ବରଂ ପ୍ରେମ, ଶାନ୍ତି ଓ ସୌନ୍ଦର୍ଯ୍ୟର ପ୍ରତୀକ ଭାବେ ଅଙ୍କନ କରିଛନ୍ତି । ପ୍ରକୃତି ଓ ପ୍ରଣୟର ସୁମଧୁର ସମ୍ବନ୍ଧ ଏଠାରେ ସ୍ପଷ୍ଟ ଭାବେ ପ୍ରତିଫଳିତ ।

Share with friends: