Categories
Article Journal Review

ଦଳିତ ଚେତନା ଓ ଆଧୁନିକ ଓଡ଼ିଆ କବିତା

ସମୀକ୍ଷକ – ସୌଦାଗର ସିଅ
ଅତିଥି ଅଧ୍ୟାପକ, ଓଡିଆ ଭାଷା ସାହିତ୍ୟ ବିଭାଗ
ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ମାଲକାନଗିରି
ମୋ – ୯୯୩୮୭୯୯୨୩୩

Article No. BMM2026/001
Received On 06.02.2026
Published On 03.03.2026

ପ୍ରକାଶନ ବିବରଣୀ

ଦ୍ଵିତୀୟ ବର୍ଷ, ତୃତୀୟ ସଂଖ୍ୟା – ମାର୍ଚ୍ଚ ୨୦୨୬
Volume No.02, Issue No.03 – March 2026
ISSN : 3108-2041

ସାରାଂଶ

ଆଧୁନିକ ଓଡ଼ିଆ କବିତାରେ ଦଳିତ ଚେତନା ଏକ ଗଭୀର ଓ ପ୍ରଭାବଶାଳୀ ଚିନ୍ତାଧାରା ଭାବେ ଉଦ୍ଭାସିତ ହୋଇଛି । ଏହା କେବଳ ସାହିତ୍ୟିକ ଆନ୍ଦୋଳନ ନୁହେଁ, ବରଂ ଦଳିତ ଓ ପୀଡ଼ିତ ସମାଜର ଅନୁଭୂତି, ଯନ୍ତ୍ରଣା, ଅନ୍ୟାୟ ଓ ଅଧିକାର ସଂଗ୍ରାମର ଏକ ସଚେତନ ପ୍ରକାଶ। ଆଧୁନିକ କବିମାନେ ଦଳିତ ଜୀବନର ଦୁଃଖ, ଶୋଷଣ, ସାମାଜିକ ବେଦଭାବ ଓ ଅପମାନକୁ କବିତାର ଭାଷାରେ ସଜୀବ ଭାବରେ ଉପସ୍ଥାପନ କରିଛନ୍ତି । ଦଳିତ ଚେତନାର ମୂଳ ଉଦ୍ଦେଶ୍ୟ ହେଉଛି ସମାଜରେ ସମତା, ନ୍ୟାୟ ଓ ମାନବ ମର୍ଯ୍ୟାଦା ସ୍ଥାପନ କରିବା । ଏହି କବିତାରେ ଦଳିତ ମଣିଷଙ୍କର ଜୀବନ ସଂଘର୍ଷ, ଶ୍ରମ, ଦାରିଦ୍ର୍ୟ, ଅପମାନ ଓ ଆତ୍ମସମ୍ମାନର ଆକାଂକ୍ଷା ପ୍ରମୁଖ ଭାବରେ ପ୍ରକାଶ ପାଏ । କବିମାନେ ପାରମ୍ପରିକ ସାମାଜିକ ବ୍ୟବସ୍ଥା, ଜାତିପ୍ରଥା ଓ ଅନ୍ୟାୟ ପ୍ରତି ଦୃଢ଼ ପ୍ରତିବାଦ ଜଣାଇ ଏକ ନୂତନ ମାନବିକ ଦୃଷ୍ଟିକୋଣ ପ୍ରସ୍ତୁତ କରିଛନ୍ତି…।

Share with friends: