Categories
Journal Story

ପ୍ରୀତି

ଗାଳ୍ପିକା – ରଶ୍ମିରେଖା ସାହୁ
ବିପୁଲ ଗାର୍ଡେନ ଆପାର୍ଟମେଣ୍ଟ, ଘାଟିକିଆ, ଭୁବନେଶ୍ଵର
ମୋ – ୭୩୮୧୪୨୭୧୬୪

Article No. BMM2026/139
Received On 04.02.2026
Published On 03.03.2026

ପ୍ରକାଶନ ବିବରଣୀ

ଦ୍ଵିତୀୟ ବର୍ଷ, ତୃତୀୟ ସଂଖ୍ୟା – ମାର୍ଚ୍ଚ ୨୦୨୬
Volume No.02, Issue No.03 – March 2026
ISSN : 3108-2041

ସାରାଂଶ

ଶାବି ନାନୀ ପାଟି ଉଠୁଥାଏ ପଡ଼ୁଥାଏ । ଗାଁ ଶେଷମୁଣ୍ଡକୁ ଶୁଭୁଥାଏ । ଗାଁ ସାରା ଲୋକ ରୁଣ୍ଡ ତା ଘର ଆଗରେ । ଦେଖିଲା ବେଳକୁ ପୁଅ ତା’ର କୁଆଡ଼େ, ମାସେ ହେବ ଝିଅଟିଏ ବାହା ହୋଇଛି ନେଇଆସିଛି । ଶାବି ନାନିର ତ ପ୍ରତିଦିନ ଉଦଣ୍ଡ ନୃତ୍ୟ ଆଉ ! ପ୍ରତିଦିନ କୋଇଲି ଉଠିନଥିବ ମାଇକି ବାଜିବା ଆରମ୍ଭ ହୋଇଯାଏ । ଘରପାଖ ଖୁଡି ଜଣେ କହିଲେ- ଆଲୋ ନାନି ! ତୋ ପୁଅ ତ ଆଦରି ଆଣିଛି ତୁ କିଆଁ ବୋହୂଟାକୁ ଦାଉ ସାଧୁଛୁ ? ଶାବି ନାନୀ ମୁଣ୍ଡ ଟିଣ ହୋଇଛି । ସେ ତ ଆହୁରି ଗର୍ଜିଲା.. ଆଉ ଏ ଟୁକୁଲି ମୋ ପୁଅକୁ ଫସେଇ ଦେଇଛି, କିଛି ଯୌତୁକ ଆଣିନି । କାଳିଟାକୁ ମୋ ପୁଅ କେମିତି ଭଲ ପାଇଲା ! ଖୁଡ଼ି କହିଲେ- ‘ଆଲୋ ତୋ ପୁଅକୁ ଘରେ ପଚାରିନୁ, ଏମିତି ଦାଣ୍ଡରେ ଘାଟରେ କିଆଁ ନାଟକ କରୁଛୁ ? ଛି ଛି କେମିତି କୁଆଡ଼ୁ ମାଇକିନା ମାନେ ଏ ଗାଁକୁ ଆସୁଛ… ଯୌତୁକ ନେଇ ସରଗକୁ ଯିବୁଲୋ ଶାବି…।

Share with friends: