Categories
Journal Story

ଚିଠି ମୋର ଟିକି ଚଢ଼େଇ

ଗାଳ୍ପିକା – ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ, ପୁରୀ, ଓଡିଶା

Article No. 154
Article Received On: 04-03-2026
Article Published On: 01-04-2026

ପ୍ରକାଶନ ବିବରଣୀ

ଦ୍ଵିତୀୟ ବର୍ଷ, ଚତୁର୍ଥ ସଂଖ୍ୟା – ଅପ୍ରେଲ ୨୦୨୬
Volume No.02, Issue No.04 – April 2026
ISSN : 3108-2041

ସାରାଂଶ

ଅନେକ ସମୟରେ ଅନେକ ପ୍ରଶ୍ନ ପଚାରୁଥିବା ଗୁଡ଼ୁ ସେଦିନ ଆକାଶକୁ ଚାହିଁ ଠିଆ ହୋଇଥାଏ । ‘ମୁଁହଁ କାହିଁ ଶୁଖେଇଛୁ ପୁଅ’ ବୋଲି ତା ମାଆ ପଚାରିବାରୁ ଗୁଡ଼ୁ କହିଥିଲା, ଜେଜେ ଆଉ କାହିଁକି ଫେରୁ ନାଁହାନ୍ତି ମାଆ? ସେ ଗଲାପରଠୁ ଜେଜେମାଆ ଆଉ ଗପ କହୁନିକି ଗୀତ ବୋଲି ଶୁଆଇ ଦେଉନି । ମୁଣ୍ଡ କୁଣ୍ଡେଇ ସିନ୍ଦୁର କି ଅଳତା ପିନ୍ଧୁନି । ମତେ ମଧ୍ୟ ଆଉ କେହି ନାଉ କରିବାକୁ ନାଁହାଁନ୍ତି । ତୁମେ ଜାଣ ମାଆ! ଜେଜେ ମତେ ପ୍ରତିଦିନ କିଛି ଖୁଚୁରା ପଇସା ଦିଅନ୍ତି ଓ ସେହି ପଇସାରେ କିଛି ଭଲ କାମ କରିବାକୁ କହନ୍ତି । ସେ ଜାଣିଥିଲେ ତୁମେ ମତେ ଖୁବ ଭଲ ଭଲ ଟିଫିନ କରି ଦିଅ । ବାପା ମଧ୍ୟ ମୋ ପାଇଁ ବହି, ଖାତା, ଭଳି ଭଳି କଲମ, ପେନସିଲ ରବର ସବୁ ଆଣି ଦେଇଥାନ୍ତି । ମତେ ଜେଜେ ଖୁଚୁରା ପଇସା ଦେଲେ ମୁଁ ନେବାକୁ ମନା କରେ ତ ସେ କହନ୍ତି ରଖିଥା, ସେ ପଇସାରେ କିଛି ଗୋଟେ ଭଲ କାମ କରିବୁ.. ।

Share with friends: