Categories
Journal Story

ଅଭିନୟ

ଅଭୟ କୁଣ୍ଡ
ସହକାରୀ ଶିକ୍ଷକ, ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ
ପଡିଆଭଙ୍ଗା, ତାଳଚେର, ଅନୁଗୋଳ
ମୋ – ୯୫୫୬୯୮୯୭୨୩

Article No. 164
Article Received On: 10-03-2026
Article Published On: 01-04-2026

ପ୍ରକାଶନ ବିବରଣୀ

ଦ୍ଵିତୀୟ ବର୍ଷ, ଚତୁର୍ଥ ସଂଖ୍ୟା – ଅପ୍ରେଲ ୨୦୨୬
Volume No.02, Issue No.04 – April 2026
ISSN : 3108-2041

ସାରାଂଶ

ଦର୍ଶକମାନେ ଜୟ ଶ୍ରୀରାମ, ଜୟ ହନୁମାନ, ମାତା ସୀତା, ସାନୁଜ ଲକ୍ଷ୍ମଣଙ୍କର ଜୟ ଗାନ କରୁଥିଲେ । କୁମ୍ଭକର୍ଣ୍ଣ ମଞ୍ଚ ଉପରେ ଶୋଇ ରହିଥାଏ । ହଠାତ୍ ଆଉ ଏକ ମର୍ମଭେଦୀ କରୁଣ ଚିତ୍କାର ଶୁଣାଗଲା । ଲୋକେ ପାଣି ପାଣି ଚିତ୍କାର କଲେ । ଚେତା ଶୂନ୍ୟ ମହିଳା ଜଣକୁ ଘେରି ଯାଇ ପାଣି ଛିଞ୍ଚି ବିଞ୍ଚି ଦେଲେ । ମାତ୍ର ସବୁ ଚେଷ୍ଟା ବିଫଳ । ମଞ୍ଚରେ କୁମ୍ଭକର୍ଣ୍ଣ ସ୍ଵର୍ଗପ୍ରାପ୍ତି ହେଲା କିନ୍ତୁ ଅପର୍ତ୍ତୀର କିଛି ବି କ୍ଷତି ହୋଇନଥିଲା । ରାମ ବାଣ ଆଘାତରେ ମାତ୍ର ସେହି କରୁଣ ହୃଦୟ ବିଦାରକ ଦୃଶ୍ୟ ଦେଖି ଟୁନା ବୋଉ କିପରି ସହିଥା’ନ୍ତା ? ଚେତା ତା’ର ଆଉ ଫେରିଲା ନାହିଁ । ଅଭିନୟ ସାରି ସେ ଚାଲିଗଲା ଅଫେରା ମୂଲକକୁ । ହଜାର ଆଖି ଲୁହରେ ସେ ଦିନ ଯାତ୍ରା ପଡିଆ ଓଦା ହୋଇ ଯାଇଥିଲା.. ।

Share with friends: