Categories
Journal Story

ଭକ୍ତଶ୍ରେଷ୍ଠ ରାଜା କୁଳଶେଖର (ଦାର୍ଢ୍ୟତା ଭକ୍ତି)

ଘନଶ୍ୟାମ ସାହୁ
ଆଠମଲ୍ଲିକ ରୋଡ଼, ବଇଣ୍ଡା , ଅନୁଗୋଳ
ମୋ – ୭୯୭୮୦୫୭୬୯୫

Article No. 153
Article Received On: 04-03-2026
Article Published On: 01-04-2026

ପ୍ରକାଶନ ବିବରଣୀ

ଦ୍ଵିତୀୟ ବର୍ଷ, ଚତୁର୍ଥ ସଂଖ୍ୟା – ଅପ୍ରେଲ ୨୦୨୬
Volume No.02, Issue No.04 – April 2026
ISSN : 3108-2041

ସାରାଂଶ

ସେ ସମୟରେ ସବୁଠାରୁ ଶକ୍ତିଶାଳୀ, ବିତ୍ତଶାଳୀ, ଜ୍ଞାନୀ, ଦାନଶୀଳ, ଧର୍ମ ପରାୟଣ ଓଡ଼ିଶାର ରାଜା କୁଳଶେଖର ହିଁ ଥିଲେ ଅଦ୍ୱିତୀୟ । ପ୍ରଜାମାନଙ୍କ ଜୟ ଧ୍ୱନି ସହିତ ରାଜା କୁଳଶେଖର ମନ୍ତ୍ରୀ ପୁରୋହିତ ମାନଙ୍କ ଗହଣରେ ପୂଜା ସ୍ଥାନରେ ଉପସ୍ଥିତ ହେଲେ । ସାଧାରଣ ତପସ୍ୱୀ ପରି ସରଳ ବେଶ ଦେଖି କେହି ତାଙ୍କୁ ରାଜା ବୋଲି ଚିହ୍ନି ପାରିବା କଷ୍ଟକର ଥିଲା । ଅମଳାନ ପାଟ ଧୋତି ସହିତ ଏକ ଉତ୍ତରୀୟ ସ୍କନ୍ଧରୁ ଗ୍ରୀବାର ଉଭୟ ପାର୍ଶ୍ଵରେ ଝୁଲି ପଡି ତା ଉପରେ ଶୋଭା ପାଉଥିଲା ରୁଦ୍ରାକ୍ଷର ମାଳା । କପାଳରେ ରାମାନନ୍ଦୀ ଚିତା ଶୋଭା ପାଉଥିଲା । ଖାଲି ପାଦରେ ରାଜା ପ୍ରଜାଙ୍କ ସମ୍ମୁଖକୁ ଆସିଲେ । କେହି କେହି ପ୍ରଜା ଅସାଧ୍ୟ ବ୍ରତ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିବାରୁ ରାଜା ନିଜେ ପ୍ରଜାମାନଙ୍କ ଉଦ୍ଦେଶ୍ୟରେ ବ୍ରତ ପାଳନ କରିବା ପୂର୍ବରୁ କହିଲେ, “ପ୍ରିୟ ପ୍ରଜାଗଣ, ମୋର ଏହି ବ୍ରତ ବିଷୟରେ ଅନେକଙ୍କ ମନରେ ଉତ୍ସୁକତାର ଭାବ ତଥା ଅନେକଙ୍କ ମୋ ପ୍ରତି ବିଶେଷ ଭଲ ପାଇବା ଦେଖି ମୁଁ ଅଭିଭୂତ ହୋଇ ଯାଇଛି । ତୁମ ସମସ୍ତଙ୍କ ସମ୍ମୁଖରେ ମୁଁ ମୋ ବ୍ରତ ବିଷୟରେ କହିବାକୁ ଯାଉଛି.. ।

Share with friends: