Categories
Journal Story

ରିହାଵ ନର୍ସିଙ୍ଗରେ ମିଷ୍ଟର ପଟେଲଙ୍କ ସହ

ଚନ୍ଦ୍ରା ମିଶ୍ର
ଫିଲାଡେଲଫିଆ, ପେନସିଲଭାନିଆ
ଯୁକ୍ତରାଷ୍ଟ୍ର ଆମେରିକା

Article No.170
Article Received On: 10-03-2026
Article Published On: 01-04-2026

ପ୍ରକାଶନ ବିବରଣୀ

ଦ୍ଵିତୀୟ ବର୍ଷ, ଚତୁର୍ଥ ସଂଖ୍ୟା – ଅପ୍ରେଲ ୨୦୨୬
Volume No.02, Issue No.04 – April 2026
ISSN : 3108-2041

ସାରାଂଶ

ଲୋକମାନେ ହସ୍ପିଟାଲରେ ରୋଗୀ ମାନଙ୍କ ପରି ବେଶି ବେମାର ନଥିବାରୁ ଠିକ୍ ସମୟରେ କାମ ସାରି ନିତି ମୁଁ ଘରକୁ ଫେରି ଆସୁଥିଲି । ପୁଅ ସାନ ଥିବାରୁ ମୁଁ ଏଇ ପ୍ରକାର ନର୍ସିଙ୍ଗ କାମ କିଛି ଦିନ କରିବା ପାଇଁ ନିର୍ଣ୍ଣୟ ନେଇଥିଲି । ଦିନେ ରିପୋର୍ଟ ସବୁ ସରିଲା ବେଳକୁ ହଠାତ୍ ମୋର ନଜର ପଡିଲା ୧୮୫ ନମ୍ବରରେ ନୂଆ କରି ଆଡମିଟ୍ ହୋଇଥିବା ରୋଗୀଙ୍କ ଚାର୍ଟ ଉପରେ ଥିବା ନାଲି ଟ୍ୟାଗ ଉପରେ । ଚାର୍ଟରେ ନାଁ ତାଙ୍କର ଲେଖା ହୋଇଥିଲା “ହରିହର ପଟେଲ” । ପଟେଲ କୂଳନାମ ଭାରତୀୟ ଥିବାରୁ ତାଙ୍କ ବିଷୟରେ ଜାଣିବା ପାଇଁ ମୋ ମନରେ କୌତୁହଳ ଆସିଲା । ଚାର୍ଟଟିକୁ ଟାଣି ଆଣି ମୁଁ ସବୁ ପୃଷ୍ଠା ଓଲଟେଇବାରେ ଲାଗିଲି ମୂଳରୁ ଶେଷ ପର୍ଯ୍ୟନ୍ତ । ସଂକ୍ଷେପରେ କହିଲେ ଚାର୍ଟ ପଢି ଜାଣିଲି ଯେ, ସିଏ ଭାରତର ଗୁଜୁରାଟ୍ ପ୍ରଦେଶର ଲୋକ । ତାଙ୍କ ପୁଅ ପାଖକୁ ବୁଲିବାକୁ ଆସିଥିଲେ । ଦୁର୍ଭାଗ୍ୟ ଯୋଗୁ ତାଙ୍କର କାର୍ ଆକ୍ସିଡେଣ୍ଟ ହୋଇ ବାଁ ଗୋଡ଼ ଭାଙ୍ଗି ଯାଇଥିଲା । ହସ୍ପିଟାଲରେ କିଛିଦିନ ରହି ସର୍ଜରୀ ହେଲା ପରେ ଏବେ ରିହାଵ ସେଣ୍ଟରକୁ ଆସିଛନ୍ତି ଭଲ ହୋଇ ଘରକୁ ଫେରିବାକୁ । ଚାର୍ଟ ଉପରେ ନାଲି ଟ୍ୟାଗ ଲାଗିଥିଲା । ନାଲି ଟ୍ୟାଗ ମାନେ ନର୍ସ ମାନେ ବିଶେଷ ଭାବରେ ରୋଗୀ ଉପରେ ନଜର ଦେବେ କାରଣ ତାଙ୍କ ପରିବାର ଦୂରରେ ଥାଆନ୍ତି ବା ରୋଗୀ ଭଲଭାବେ ଇଂରାଜୀ ଭାଷା କହି ପାରନ୍ତିନି.. ।

Share with friends: