କବି – କଲ୍ୟାଣ କୌଶିକ ଦାଶ
ଚାଷୀ ଖଣଦା, ଅନାଖିଆ, ଜଗତସିଂହପୁର
ମୋ – ୯୬୫୮୫୯୧୯୨୮
Article No. BMM2026/117
Received On 01.02.2026
Published On 03.03.2026
ପ୍ରକାଶନ ବିବରଣୀ
ଦ୍ଵିତୀୟ ବର୍ଷ, ତୃତୀୟ ସଂଖ୍ୟା – ମାର୍ଚ୍ଚ ୨୦୨୬
Volume No.02, Issue No.03 – March 2026
ISSN : 3108-2041
ସାରାଂଶ
ଏହି କବିତାରେ ଗରିବୀ ଜୀବନ ଜଞ୍ଜାଳର କଠିନ ସତ୍ୟ ଓ ଦୈନିକ ସଂଘର୍ଷକୁ ଚିତ୍ରଣ କରାଯାଇଛି । କବିଙ୍କ ମତରେ ମଣିଷ ଦୁଇ ପଇସା ରୋଜଗାର କରି ପରିବାର ନିମନ୍ତେ ଖାଦ୍ୟ ଓ ମୌଳିକ ଆବଶ୍ୟକତା ପୂରଣ ପାଇଁ ଦିନ ରାତି ଅବିରତ ପରିଶ୍ରମ କରେ । ନିଜ ପାଇଁ ସମୟ ସମୟ ନଥାଏ, ନା ବିଶ୍ରାମ କରିପାରେ, ନା କେଉଁଠି ଖୁସି ଗପ କରିପାରେ । ରାତିରେ ସେ ଘରକୁ ଫେରେ, କିନ୍ତୁ ତେଲ ଲୁଣର ସଂସାର ଚାଳାଇବାରେ ସେଇ ଅଳ୍ପ ଅର୍ଜନ ନିଅଣ୍ଟ ହୋଇଯାଏ । ଆର୍ଥିକ ଅନାଟନରେ ସମୟ ବିତାଇବାକୁ ପଡେ । ରାତ୍ରିର ନୀରବ ପ୍ରହରରେ ନିଜକୁ ନିଜେ ମିଥ୍ୟା ଆଶ୍ୱାସନା ଦେଇ ଶେଯକୁ ଯାଏ, କିନ୍ତୁ ଶରୀର ଓ ମନ ସର୍ବଦା କ୍ଲାନ୍ତ ଓ ଅବସନ୍ନ ରହେ । ପୁଣି ସକାଳ ହୁଏ, ପୁଣି ସେଇ ଚିରାଚରିତ ଦିନଚର୍ଯ୍ୟା ଆରମ୍ଭ ହୋଇଯାଏ । ପରିବାରରେ ଭୋକିଲା ପେଟ ଗୁଡିକର ଆର୍ତ୍ତ ଚିତ୍କାର ଓ ପ୍ରିୟଜନଙ୍କ ଚିନ୍ତାଗ୍ରସ୍ତ ମୁଖମଣ୍ଡଳ ତାକୁ ସର୍ବଦା ବ୍ୟଥିତ କରେ । ତଥାପି ପ୍ରିୟଜନଙ୍କ ଓଠରେ ଖୋଜୁଥାଏ ଦୁଇ ଟୋପା ହସ । ସାରାଂଶରେ, କବିତାଟି ଗରିବ ମଣିଷର ଦୈନିକ ଜୀବନର ସଂଘର୍ଷ, ଅର୍ଥାଭାବ ଓ ଅପୂରଣୀୟ ଆଶାମାନଙ୍କ ମଧ୍ୟରେ ଚାଲୁଥିବା ଜୀବନ ଯାତ୍ରାକୁ ଅଭିବ୍ୟକ୍ତ କରି ପାରିଛି..।
