ଏହି କବିତାରେ କବି “କାଳିଆ ସାଆନ୍ତ” ଭାବରେ ଶ୍ରୀଜଗନ୍ନାଥଙ୍କୁ ସମ୍ବୋଧନ କରି ତାଙ୍କର ଅପାର ସୌନ୍ଦର୍ଯ୍ୟ, ଶକ୍ତି ଓ ମହିମାକୁ ସ୍ତୁତି କରିଛନ୍ତି । କବିଙ୍କ ଦୃଷ୍ଟିରେ ପ୍ରଭୁଙ୍କ ଭିତରେ ସମଗ୍ର ସଂସାରର ସକଳ ସୌନ୍ଦର୍ଯ୍ୟ ସମାହିତ ଅଛି, ତାଙ୍କର ନାମ ଉଚ୍ଚାରଣରେ ମନର କଳୁଷତା ଦୂର ହୋଇ ପବିତ୍ରତା ଆସେ । ସେ ସୃଷ୍ଟିର ସ୍ରଷ୍ଟା ଓ ବିନାଶକର୍ତ୍ତା ବୋଲି ତାଙ୍କୁ ମହିମାମୟ ଭାବେ ଚିତ୍ରିତ କରାଯାଇଛି । କବି ଅନୁଭବ କରୁଛନ୍ତି ଯେ, ପ୍ରଭୁଙ୍କୁ ନେଇ ଯେତେ ଲେଖାଯାଉ କିମ୍ବା କୁହାଯାଉ, ସେଥିରେ ତାଙ୍କର ମହିମାକୁ ପୂରା ବ୍ୟକ୍ତ କରିହେବ ନାହିଁ । ଶେଷରେ କବି ପ୍ରାର୍ଥନା କରୁଛନ୍ତି, କାଳିଆ ସାଆନ୍ତଙ୍କର ସୌନ୍ଦର୍ଯ୍ୟ ସଦା ଏମିତି ଚକମକ କରୁଥାଉ ଓ ସେ ସଭିଙ୍କ ଉପରେ ସେ ନିତ୍ୟ ଆଶୀର୍ବାଦ ବର୍ଷା କରୁଥାନ୍ତୁ.. ।