Categories
Article Journal

ଭାଲେଣ୍ଟାଇନ୍ ସପ୍ତାହର ସମାଜତାତ୍ତ୍ୱିକ ଏବଂ ଆର୍ଥିକ ବିଶ୍ଳେଷଣ

ଆଲୋଚକ – ଅଙ୍କିତ ସାହୁ
ପ୍ରତିଷ୍ଠାତା, ଓଡ଼ିଆମଣି ଇ -ପତ୍ରିକା

Article No. BMM2026/005
Received On 10.02.2026
Published On 03.03.2026

ପ୍ରକାଶନ ବିବରଣୀ

ଦ୍ଵିତୀୟ ବର୍ଷ, ତୃତୀୟ ସଂଖ୍ୟା – ମାର୍ଚ୍ଚ ୨୦୨୬
Volume No.02, Issue No.03 – March 2026
ISSN : 3108-2041

ସାରାଂଶ

ଭାଲେଣ୍ଟାଇନ୍ ଦିବସର ମୂଳ ଇତିହାସ ପ୍ରାୟ ତୃତୀୟ ଶତାବ୍ଦୀର ରୋମାନ୍ ପରମ୍ପରାରେ ନିହିତ । ସେଣ୍ଟ୍ ଭାଲେଣ୍ଟାଇନ୍ ନାମକ ଜଣେ ରୋମାନ୍ ପୁରୋହିତ ସେତେବେଳର ସମ୍ରାଟ କ୍ଲାଉଡିୟସ୍ ଦ୍ୱିତୀୟଙ୍କ ନିୟମକୁ ଅମାନ୍ୟ କରିଥିଲେ । ସମ୍ରାଟଙ୍କ ବିଶ୍ୱାସ ଥିଲା ଯେ, ଅବିବାହିତ ସୈନିକମାନେ ବିବାହିତଙ୍କ ଅପେକ୍ଷା ଅଧିକ ନିପୁଣ, ସେଥିପାଇଁ ସେ ବିବାହକୁ ନିଷିଦ୍ଧ କରିଥିଲେ । ସେଣ୍ଟ୍ ଭାଲେଣ୍ଟାଇନ୍ ଗୁପ୍ତରେ ଏହି ସୈନିକମାନଙ୍କର ପ୍ରେମ ବିବାହ କରାଉଥିଲେ, ଯାହାଫଳରେ ତାଙ୍କୁ ୧୪ ଫେବୃଆରୀରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ମୃତ୍ୟୁ ପୂର୍ବରୁ ସେ ଜେଲରଙ୍କ ଅନ୍ଧ ଝିଅକୁ ଚିକିତ୍ସା କରିବା ସହ “From your Valentine” ସ୍ୱାକ୍ଷରିତ ଏକ ପ୍ରେମ ପତ୍ର ଲେଖିଥିଲେ, ଯାହା ଆଜିର ଭାଲେଣ୍ଟାଇନ୍ କାର୍ଡର ପ୍ରାରମ୍ଭିକ ରୂପ ବୋଲି ବିଚାର କରାଯାଏ । ଏହି ଗୋଟିଏ ଦିନର ଉତ୍ସବ କିପରି ଏକ ପୂର୍ଣ୍ଣ ସପ୍ତାହରେ ପରିଣତ ହେଲା, ତାହା ବିଂଶ ଶତାବ୍ଦୀର ବାଣିଜ୍ୟିକ ରଣନୀତିର ପରିଣାମ । ଉପହାର ଏବଂ ଗ୍ରୀଟିଂ କାର୍ଡ କମ୍ପାନୀଗୁଡ଼ିକ ଗ୍ରାହକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ପ୍ରତ୍ୟେକ ଦିନକୁ ଏକ ସ୍ୱତନ୍ତ୍ର ଥିମ୍ ପ୍ରଦାନ କରିଛନ୍ତି.. ।

Share with friends: