ଏହି କବିତାଟି ଗୀତି ଛନ୍ଦରେ ରଚିତ ଏକ ସୁନ୍ଦର ପ୍ରେମ କବିତା, ଯେଉଁଥିରେ କବି ବୈଦିକ ଚେତନା, ପ୍ରକୃତିର ମାଧୁର୍ଯ୍ୟ ଓ ଏକାଗ୍ର ମନୋଭାବକୁ ପ୍ରେମର ସୂତ୍ରରେ ଗୁନ୍ଥିବାକୁ ଚେଷ୍ଟା କରିଛନ୍ତି । କବି ପ୍ରେମ ସହିତ ସାମାଜିକ ସଚେତନତାର ସନ୍ଦେଶ ମଧ୍ୟ ଦେଇଛନ୍ତି । ଏକାକୀତ୍ଵ ଜୀବନର ଅସହ୍ୟ ଯନ୍ତ୍ରଣା ଏବଂ ସାଥିକୁ ଝୁରିବାର ବେଦନା ଏହି କବିତାରେ ସ୍ପଷ୍ଟ ବାରି ହୋଇ ପଡୁଛି । ସେହିପରି, ପ୍ରେମ, ଏକତା ଓ ସହଯୋଗର ମାଧ୍ୟମରେ ଜୀବନକୁ ସାର୍ଥକ କରିବା ହିଁ କବିତାର ମୂଳ ସନ୍ଦେଶ.. ।