Categories
Journal Poetry

ଚଇତ୍ରର ଚିତ୍ର ଅସୁମାରୀ

ସ୍ଵର୍ଣ୍ଣଲତା ପତି
ଉତ୍ତରା ଶାସନ, କୌଶଲ୍ୟା ଗଙ୍ଗ,
ପିପିଲି, ପୁରୀ

Article No. 163
Article Received On: 09-03-2026
Article Published On: 01-04-2026

ପ୍ରକାଶନ ବିବରଣୀ

ଦ୍ଵିତୀୟ ବର୍ଷ, ଚତୁର୍ଥ ସଂଖ୍ୟା – ଅପ୍ରେଲ ୨୦୨୬
Volume No.02, Issue No.04 – April 2026
ISSN : 3108-2041

ସାରାଂଶ

ଏହି କବିତାରେ ଚୈତ୍ର ମାସର ଆଗମନ ସହିତ ପ୍ରକୃତିର ସୌନ୍ଦର୍ଯ୍ୟ, ବସନ୍ତ ଋତୁର ମାଧୁର୍ଯ୍ୟ ଏବଂ ଲୋକଜୀବନର ଉତ୍ସବମୟ ପରିବେଶକୁ ଅତି ସୁନ୍ଦର ଭାବରେ ଚିତ୍ରିତ କରାଯାଇଛି । ଶୀତଋତୁ ସମାପ୍ତ ହୋଇ ବସନ୍ତ ଆସିବା ସହିତ ଫୁଲ, ପତ୍ର, ଗଛଲତା ଏବଂ ପ୍ରାଣୀଜଗତରେ ନୂତନ ସଜୀବତାରେ ପରିପୂର୍ଣ୍ଣ ହୁଏ । ବିଭିନ୍ନ ପ୍ରକାର ଫୁଲ ଫୁଟି ପ୍ରକୃତିକୁ ସୁଗନ୍ଧିତ ଓ ରଙ୍ଗାୟିତ କରେ । କୋଇଲିର କୁହୁକୁହୁ ତାନ, ଭ୍ରମର ଓ ମହୁମାଛିର ଗୁଣୁଗୁଣୁ ସ୍ୱର ପ୍ରକୃତିକୁ ଅଧିକ ମଧୁମୟ କରି ଦେଇଥାଏ । କବିତାରେ କୃଷ୍ଣଚୂଡା, ପଳାଶ, ଚମ୍ପା, ନାଗେଶ୍ୱର, ମଲ୍ଲୀ, ଯୁଇ ଓ ଅନ୍ୟାନ୍ୟ ଫୁଲଗୁଡିକ ଫୁଟିବା ଦ୍ୱାରା ବସନ୍ତ ଋତୁ ଖୁବ ରଙ୍ଗିନ ଦେଖାଯାଏ । ମଳୟ ପବନର ସୁଗନ୍ଧ ସବୁ ଦିଗକୁ ପ୍ରବାହିତ ହୁଏ ଏବଂ ପ୍ରକୃତି ସମଗ୍ର ଆନନ୍ଦମୟ ହୋଇଉଠେ । ଚୈତ୍ର ମାସରେ ପାଳିତ ହେଉଥିବା ଲୋକପ୍ରିୟ ଉତ୍ସବ ଓ ପରମ୍ପରାଗୁଡ଼ିକୁ ମଧ୍ୟ କବି ବର୍ଣ୍ଣନା କରିବାକୁ ଭୁଲି ନାହାନ୍ତି । ଯେମିତିକି ହୋଲି, ଦୋଳଯାତ୍ରା, ପଞ୍ଚୁଦୋଳ, ଚଇତି ଘୋଡ଼ା ଓ ଶ୍ରୀରାମ ନବମୀ ପରି ପର୍ବପର୍ବାଣୀରେ ସରଳ ଗ୍ରାମ୍ୟ ଜୀବନ ହସି ଉଠେ । ମେଳା ଓ ଯାନିଯାତରାରେ ଓଡିଆ ସଂସ୍କୃତିର ଭାଇଚାରା ଯେମିତି ସମଗ୍ର ବିଶ୍ଵକୁ ସନ୍ଦେଶ ପ୍ରଦାନ କରିଥାଏ । ଚୈତ୍ର ମାସର ପ୍ରକୃତିକ ସୌନ୍ଦର୍ଯ୍ୟ, ବସନ୍ତ ଋତୁର ମାଧୁର୍ଯ୍ୟ ଓ ଲୋକଜୀବନର ଉତ୍ସବମୟ ଚିତ୍ରକୁ ଅତ୍ୟନ୍ତ ଜୀବନ୍ତ ଭାବରେ ଏହି କବିତାରେ ଉପସ୍ଥାପନ କରାଯାଇଛି.. ।

Share with friends: