Categories
Journal Poetry

ଅହଲ୍ୟାଙ୍କ ଶ୍ରୀରାମ ଦର୍ଶନ

ହେମନ୍ତ କୁମାର ବରାଇ
ରୁଷୁଡା, ବରଗଡ
ମୋ – ୮୯୧୭୫୧୮୭୭୪

Article No. 144
Article Received On: 18-02-2026
Article Published On: 01-04-2026

ପ୍ରକାଶନ ବିବରଣୀ

ଦ୍ଵିତୀୟ ବର୍ଷ, ଚତୁର୍ଥ ସଂଖ୍ୟା – ଅପ୍ରେଲ ୨୦୨୬
Volume No.02, Issue No.04 – April 2026
ISSN : 3108-2041

ସାରାଂଶ

ଏହି କବିତାରେ ପ୍ରଭୁଙ୍କ ଅତ୍ୟନ୍ତ ଦିବ୍ୟ ରୂପ, ଶୋଭା ଓ ମହିମାର ଚିତ୍ରଣ କରାଯାଇଛି । କବି ତାଙ୍କ ଦେହର ପ୍ରତ୍ୟେକ ଅଙ୍ଗକୁ ଅତ୍ୟନ୍ତ ସୁନ୍ଦର ଉପମା ଓ ରୂପକ ଦ୍ୱାରା ବର୍ଣ୍ଣନା କରିଛନ୍ତି । ପ୍ରଭୁଙ୍କ ନୟନ, କପାଳ, ନାସା, ଅଧର, ବକ୍ଷ, କଣ୍ଠ ଓ ଅନ୍ୟାନ୍ୟ ଅଙ୍ଗର ଶୋଭା ଏପରି ଆକର୍ଷଣୀୟ ଯେ, ସେଥିରେ ପ୍ରକୃତିର ସମସ୍ତ ସୌନ୍ଦର୍ଯ୍ୟ ଗୁଡିକୁ ବର୍ଣ୍ଣନା କରିଛନ୍ତି । ତାଙ୍କ ଦେହର କାନ୍ତି, ଭୂଷଣ ଓ ପୋଷାକ ପରିଚ୍ଛଦକୁ ଅତ୍ୟନ୍ତ ଦୀପ୍ତିମୟ ଓ ଆକର୍ଷଣୀୟ ଭାବେ ବର୍ଣ୍ଣନା କରିଛନ୍ତି । ପ୍ରଭୁଙ୍କ ଅଳଙ୍କାର, କଣ୍ଠ-ଭୂଷଣ, କିରୀଟ ଓ ଅସ୍ତ୍ରଶସ୍ତ୍ରର ଶୋଭାକୁ ମଧ୍ୟ ବର୍ଣ୍ଣିତ କରାଯାଇଛି ଏହି କବିତାରେ । ତାଙ୍କର ବକ୍ଷସ୍ଥଳ, ନୀଳବର୍ଣ୍ଣ ଦେହ ଓ ଦିବ୍ୟ କାନ୍ତିକୁ ସମଗ୍ର ବିଶ୍ୱର ସୌନ୍ଦର୍ଯ୍ୟଠାରୁ ମଧ୍ୟ ଅଧିକ । ତାଙ୍କ ରୂପ ଏତେ ମହନୀୟ ଯେ ତାହା ଦେଖି ଭକ୍ତମାନଙ୍କର ମନ ଆନନ୍ଦରେ ଭରିଯାଏ ଓ ସେମାନେ ତାଙ୍କର ପାଦପଦ୍ମରେ ଶରଣ ନେବାକୁ ସର୍ବଦା ଇଚ୍ଛା କରନ୍ତି । କବିଙ୍କ ମତରେ, ପ୍ରଭୁଙ୍କ ଦିବ୍ୟ ରୂପ ଦର୍ଶନ କରିଲେ ସମସ୍ତ ପାପ ଓ ଦୁଃଖ ଦୂର ହୋଇଯାଏ ଏବଂ ଭକ୍ତଙ୍କ ହୃଦୟ ପବିତ୍ର ଓ ଶାନ୍ତ ହୋଇଯାଏ । ପ୍ରଭୁଙ୍କ ଦିବ୍ୟ ସୌନ୍ଦର୍ଯ୍ୟ, ମହିମା ଓ ଭକ୍ତର ଭକ୍ତିଭାବକୁ ଅତ୍ୟନ୍ତ ଭାବଗମ୍ୟ ଭାବେ ପ୍ରକାଶ କରିଛନ୍ତି ଏହି କବିତାରେ.. ।

Share with friends: