ସୁଜିତ କୁମାର ମିଶ୍ର
ଜନାର୍ଦ୍ଦନପୁର ଶାସନ, କେନ୍ଦୁଝର
ମୋ – ୭୬୮୩୮୬୭୭୪୨
Article No. 146
Article Received On: 06-03-2026
Article Published On: 01-04-2026
ପ୍ରକାଶନ ବିବରଣୀ
ଦ୍ଵିତୀୟ ବର୍ଷ, ଚତୁର୍ଥ ସଂଖ୍ୟା – ଅପ୍ରେଲ ୨୦୨୬
Volume No.02, Issue No.04 – April 2026
ISSN : 3108-2041
ସାରାଂଶ
ଏହି କବିତାରେ ପ୍ରେମ ଓ ରଙ୍ଗର ସମ୍ପର୍କ ପ୍ରତୀୟମାନ ହୁଏ । କବିତାର ଶବ୍ଦରେ ପ୍ରେମ ଓ ରଙ୍ଗର ଅନୁଭୂତିକୁ ଗୁରୁତ୍ଵ ଦିଆଯାଇଛି । ପ୍ରେମିକଟିଏ ଯେଉଁଥିରେ ତା’ର ପ୍ରେମୀକୁ ସ୍ନେହ ବୋଳା ହୃଦୟର ଗୋପନ କଥା ଗୁଡିକୁ ବଖାଣିଛି । ରଙ୍ଗରେ ରଙ୍ଗାୟିତ କରି ପ୍ରେମର ଗହନତା ଏବଂ ସମ୍ବେଦନାକୁ ପରିପ୍ରକାଶ କରିଛି । ପ୍ରେମିକ ଏବଂ ପ୍ରେମିକା ଉଭୟ ରଙ୍ଗର ଏହି ସମ୍ପର୍କକୁ ମନର କେଉଁ ଏକ ଗୁପ୍ତ କୋଣରେ ଲେପି ସୁମଧୁର ସମ୍ପର୍କର ଆବେଗରେ ଛନ୍ଦି ହୋଇ ଯାଇଛନ୍ତି । ଏହି କବିତାର ରଙ୍ଗୀନ ଅନୁଭୂତିରେ ପ୍ରେମୀଟିଏ ତା’ର ପ୍ରେମିକାକୁ ପ୍ରେମର ଶାରୀରିକ ଓ ଭାବାତ୍ମକ ରୂପରେ ବ୍ୟକ୍ତ କରିଛି । ଯେଉଁଥିରେ ପ୍ରେମିକାର ଆତ୍ମସମ୍ମାନ ଏବଂ ଗୋପନ ପ୍ରେମ ଅଧିକ ପ୍ରକଟିତ ହୋଇ ମଧୁରତାରେ ଭରି ଯାଇଛି । ପ୍ରେମରେ କବିଙ୍କ ଭାବନାର ସମୀକ୍ଷା ଏହି କବିତାରେ ସମ୍ପର୍କର ଦୃଷ୍ଟିକୋଣକୁ ଭାବରେ ଗଭୀର ଭାବେ ଦୃଶ୍ୟମାନ କରୁଛି.. ।
