Categories
Journal Poetry

ସଚରାଚର ନିର୍ମାତା

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ମଙ୍ଗଳାଯୋଡି, ଟାଙ୍ଗି, ଖୋର୍ଦ୍ଧା
ମୋ – ୭୦୦୮୧୮୭୭୭୩

Article No. 159
Article Received On: 01-03-2026
Article Published On: 01-04-2026

ପ୍ରକାଶନ ବିବରଣୀ

ଦ୍ଵିତୀୟ ବର୍ଷ, ଚତୁର୍ଥ ସଂଖ୍ୟା – ଅପ୍ରେଲ ୨୦୨୬
Volume No.02, Issue No.04 – April 2026
ISSN : 3108-2041

ସାରାଂଶ

ଏହି କବିତାରେ କବି ନିଜ ଜୀବନକୁ ଏକ ତୁଚ୍ଛ ଓ ଶୂନ୍ୟ ମରୁଭୂମି ସହିତ ତୁଳନା କରି ଭଗବାନଙ୍କ ପ୍ରତି ଗଭୀର ଭକ୍ତି ଓ ଶରଣାପନ୍ନ ଭାବକୁ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଭଗବାନଙ୍କ କୃପା ନଥିଲେ ତାଙ୍କ ଜୀବନ ଏକ ନିର୍ଜୀବ ବୃକ୍ଷ ସଦୃଶ ମନେହୁଏ, କିନ୍ତୁ ଭଗବାନଙ୍କ କରୁଣା ତାଙ୍କୁ ଜୀବନ ଜୀଇଁବାର ନୂତନ ଆଶା ପ୍ରଦାନ କରିଥାଏ । କବି ଜୀବନରେ ଦୁଃଖ-ସୁଖ ଓ ପାପ-ପୁଣ୍ୟ ମଧ୍ୟରେ ନିଜକୁ ଖୋଜିବାର ପ୍ରୟାସ କରିଛନ୍ତି । ସଂସାର ସାଗରରେ ମଣିଷ ଅସ୍ଥିର ଓ ଅସହାୟ ହୋଇପଡ଼େ, ତେଣୁ ସେ ଭଗବାନଙ୍କୁ ଏକମାତ୍ର ଆଶ୍ରୟ ଭାବେ ଗ୍ରହଣ କରିଛନ୍ତି । କବିର ବିଶ୍ୱାସ ଯେ, ଭଗବାନଙ୍କ ଇଚ୍ଛା ବିନା କିଛି ବି ଘଟେ ନାହିଁ । ସେହି ଭଗବାନ ହିଁ ସମସ୍ତ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ଓ ସମସ୍ତ ଜୀବନ ଧାରଣର ଆଧାର । ତେଣୁ କବି ଭଗବାନଙ୍କ ପାଦପଦ୍ମରେ ଶରଣ ନେଇ ନିଜ ଜୀବନର ମୁକ୍ତି ପାଇଁ ତାଙ୍କ କୃପାଭିକ୍ଷାର ପ୍ରାର୍ଥନା କରିଛନ୍ତି.. ।

Share with friends: