Categories
Journal Poetry

ଅଲଣା କଥା

ବସନ୍ତ କୁମାର ପ୍ରଧାନ
ହରିହରପୁର, ଛେଣ୍ଡିପଦା, ଅନୁଗୋଳ
ମୋ -୭୭୩୫୬୧୧୪୮୪

Article No. 43261
Article Received On: 04-03-2026
Article Published On: 01-04-2026

ପ୍ରକାଶନ ବିବରଣୀ

ଦ୍ଵିତୀୟ ବର୍ଷ, ଚତୁର୍ଥ ସଂଖ୍ୟା – ଅପ୍ରେଲ ୨୦୨୬
Volume No.02, Issue No.04 – April 2026
ISSN : 3108-2041

ସାରାଂଶ

ଏହି କବିତାରେ କବି ଅଲଣା ବା ଅସାର କଥା କହିବାର ଅନୁଚିତତା ସମ୍ପର୍କରେ ଉପଦେଶ ଦେଇଛନ୍ତି । ଜଗତରେ ଅନେକ ଲୋକ ଅଛନ୍ତି ଯେଉଁମାନେ ସତ୍ୟ ଓ ଆବଶ୍ୟକ ନଥିବା ଅଲଣା କଥାଗୁଡିକୁ କହି ଅଯଥା ସମୟ ନଷ୍ଟ କରନ୍ତି ଏବଂ ବୃଥା ଗର୍ବ କରି ସର୍ବଦା ମାନ ସମ୍ମାନ ଖୋଜଥାନ୍ତି । ଯେପରି ଲୁଣ ବିନା ଖାଦ୍ୟ ସୁସ୍ୱାଦୁ ହୁଏ ନାହିଁ, ସେପରି ଅସାର କଥା ଶୁଣିବାକୁ ଭାରି କଟୁ ଲାଗେ । ଅଳ୍ପ ଜ୍ଞାନ ଥିବା ଲୋକ ଅଧିକ କଥା କହି ଅନ୍ୟମାନଙ୍କୁ ଅଯଥାରେ ବ୍ୟଥିତ କରନ୍ତି । କିନ୍ତୁ ଜ୍ଞାନୀ, ଗୁଣୀ ଓ ଶୁଦ୍ଧଚେତା ବ୍ୟକ୍ତି ସର୍ବଦା ସତ୍ୟ ଓ ମଧୁର କଥା କହି ବିନମ୍ରତାର ସହିତ ଅନ୍ୟମାନଙ୍କ ହୃଦୟ ଜିତିଥାନ୍ତି । କବି ଶେଷରେ କହିଛନ୍ତି ଯେ, ଜ୍ଞାନୀ ଲୋକ ଅଧିକ ଜାଣିଥିଲେ ମଧ୍ୟ କମ କଥା କହନ୍ତି । ତେଣୁ ଅଲଣା କଥା ଓ ଅଯଥା ଅଭିମାନ ଛାଡ଼ି ସମୟର ମୂଲ୍ୟ ବୁଝି ସତ୍ୟନିଷ୍ଠ ଜୀବନ ଜୀଅଁନ୍ତୁ, ଯାହା ଦ୍ଵାରା ନିଜର ମାନ, ସମ୍ମାନ ଓ କୀର୍ତ୍ତି ବୃଦ୍ଧି ହେବ ।

Share with friends: