ଆକୁଳାନନ୍ଦ ପୃଷ୍ଟି
ଅବସରପ୍ରାପ୍ତ ପ୍ରଧାନଶିକ୍ଷକ
ମହାଳପଡ଼ା, କଖଡି, କଟକ
ମୋ – ୯୪୩୭୮୬୪୫୬୨
Article No. 7326
Article Received On: 07-03-2026
Article Published On: 01-04-2026
ପ୍ରକାଶନ ବିବରଣୀ
ଦ୍ଵିତୀୟ ବର୍ଷ, ଚତୁର୍ଥ ସଂଖ୍ୟା – ଅପ୍ରେଲ ୨୦୨୬
Volume No.02, Issue No.04 – April 2026
ISSN : 3108-2041
ସାରାଂଶ
ଏହି କବିତାରେ କବି ଏକ କ୍ଷୁଦ୍ର ଝରଣାର ଜୀବନକଥାକୁ ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି । ଝରଣାଟି ପାହାଡ଼ ଶିଖରରୁ ଝରି ଝରି ତଳକୁ ବହି ଆସି ଶେଷରେ ନଦୀ ଓ ହ୍ରଦ ସହିତ ମିଶି ନିଜ ସ୍ୱତନ୍ତ୍ରତାକୁ ହରାଇ ଦେଇଥାଏ । ଏହା ଅନେକ ଜନପଦ, ଅରଣ୍ୟ, ଖେତ ଓ ସହର ମାଧ୍ୟ ଦେଇ ବହି ଆସିଥାଏ, କୌଣସି ଭେଦ ଭାବ କରଖି ସମସ୍ତଙ୍କୁ ନିଜର ମଧୁର ଜଳ ପ୍ରଦାନ କରିବାରେ ଆଦୌ କୁଣ୍ଠିତ ହୋଇ ନଥାଏ । ଏହି ଝରଣାର ଜଳରୁ କେତେ ପଶୁ, ପକ୍ଷୀ, କୀଟପତଙ୍ଗ ଓ ମଣିଷ ଜଳପାନ କରି ନିଜର ତୃଷ୍ଣା ମେଣ୍ଟାନ୍ତି । ଚାଷୀମାନେ ଏହି ଜଳକୁ ନିଜର ଚାଷ କାମରେ ବିନିଯୋଗ କରି ଖାଦ୍ୟ ଉତ୍ପାଦନ କରିଥାନ୍ତି, ଯାହା ଦ୍ୱାରା କ୍ଷୁଧାର ଅଭାବ ଦୂର ହୁଏ । ପ୍ରକୃତିର ଏକ ପବିତ୍ର ଅଂଶ ଭାବେ ଝରଣାଟି ସର୍ବଦା ଶାନ୍ତ, ସରଳ ଓ ନିର୍ମଳ ସ୍ଵଭାବର ହୋଇଥାଏ । କବିତାର ଶେଷରେ କବି କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ପୂର୍ବେ ମଣିଷ ଝରଣା ବା ନଦୀକୁ ମାତା ଭାବେ ପୂଜା କରୁଥିଲେ, କିନ୍ତୁ ଏବେ ସେମାନେ ସେଥିରେ ଆବର୍ଜନା ପକାଇ ତାହାର ନିର୍ମଳ ଜଳକୁ ଦୂଷିତ କରିବାରେ ଲାଗିପଡିଛନ୍ତି । ଏହା ମଣିଷର ଏହି ସୁନ୍ଦର ପ୍ରକୃତିର ପ୍ରତି ଅସମ୍ମାନ ବୋଲି କବି ତାଙ୍କ କବିତା ମାଧ୍ୟମରେ କହିବାକୁ ପଛାଇ ନାହାନ୍ତି.. ।
