ଡଃ ଅନୁପମା ବିଶ୍ଵାଳ
ସମ୍ବଲପୁର, ଓଡିଶା
ମୋ – ୭୯୭୮୫୬୮୩୨୨
Article No. 156
Article Received On: 04-03-2026
Article Published On: 01-04-2026
ପ୍ରକାଶନ ବିବରଣୀ
ଦ୍ଵିତୀୟ ବର୍ଷ, ଚତୁର୍ଥ ସଂଖ୍ୟା – ଅପ୍ରେଲ ୨୦୨୬
Volume No.02, Issue No.04 – April 2026
ISSN : 3108-2041
ସାରାଂଶ
ଏହି କବିତାରେ କବି ପ୍ରକୃତି ଓ ପ୍ରେମର ସୁନ୍ଦର ଭାବନାକୁ ଖୁବ କାବ୍ୟିକ ଦୃଷ୍ଟିଭଙ୍ଗୀରେ ପ୍ରକାଶ କରିଛନ୍ତି । କବି ନିଜକୁ ଏକ ଲଜ୍ଜାଳୁ ସନ୍ଧ୍ୟା ଭାବେ ପରି କଳ୍ପନା କରି ଋତୁରାଜ ବସନ୍ତକୁ ପ୍ରିୟଜନଙ୍କ ନିକଟରେ ଭାବେ ଉପସ୍ଥାପିତ କରିଛନ୍ତି । ଧରାପୃଷ୍ଠରେ ଋତୁରାଜ ବସନ୍ତର ଆଗମନ ହେଲେ ପ୍ରକୃତି ମଳୟ ପବନ, ଶୀତଳ ଜ୍ୟୋତ୍ସ୍ନା ଓ ପୁଷ୍ପର ସୁଗନ୍ଧରେ ଉଲ୍ଲସିତ ହୁଏ । ଏହି ଅବସରରେ କବିଙ୍କ ହୃଦୟରେ ପ୍ରିୟଜନଙ୍କ ମୁହଁ ଓ ହସ ଉଦଭାସିତ ହୋଇଥାଏ । ଚତୁଃପାର୍ଶ୍ଵର ପ୍ରକୃତି, କାନନ ଓ ଆକାଶର ତାରାମାନେ ମଧ୍ୟ ଏହି ମିଳନର ସୁନ୍ଦର ଦୃଶ୍ୟକୁ ଦେଖି ଖୁବ ଆନନ୍ଦିତ ହୁଅନ୍ତି । କବିଙ୍କ ମତରେ ବସନ୍ତ ସତେ ଯେମିତି ଏକ ଛୋଟ ସନ୍ଧ୍ୟା ପରି, ଯାହାର ଅସ୍ତିତ୍ୱ ଖୁବ ଅଳ୍ପ ସମୟ, ସେହି ଅଳ୍ପ ସମୟରେ ସେ ପ୍ରେମ ଓ ମିଳନର ସୁଖଦ ଅନୁଭବକୁ ଉପଭୋଗ କରିବାକୁ ଚାହିଁଛନ୍ତି । କବିଙ୍କ ଲେଖନୀରେ ଏହି କବିତାଟି ଅତ୍ୟନ୍ତ ସୁନ୍ଦର ଓ ଭାବପୂର୍ଣ୍ଣ । ପ୍ରକୃତି, ପ୍ରେମ ଓ ଋତୁରାଜ ବସନ୍ତର ମାଧୁର୍ଯ୍ୟକୁ ସମ୍ମିଶ୍ରଣ କରି ଏକ ମନୋହର ଭାବନାକୁ ପରିପ୍ରକାଶ କରିଛନ୍ତି.. ।
