ସ୍ଵର୍ଣ୍ଣ ରଥ ମହାପାତ୍ର
ବିଜୟା ଗାର୍ଡନ, ଜାମସେଦପୁର, ଝାଡଖଣ୍ଡ
Article No. 165
Article Received On: 10-03-2026
Article Published On: 01-04-2026
ପ୍ରକାଶନ ବିବରଣୀ
ଦ୍ଵିତୀୟ ବର୍ଷ, ଚତୁର୍ଥ ସଂଖ୍ୟା – ଅପ୍ରେଲ ୨୦୨୬
Volume No.02, Issue No.04 – April 2026
ISSN : 3108-2041
ସାରାଂଶ
ଏହି କବିତାରେ କବି ଗଭୀର ପ୍ରେମ, ବିଚ୍ଛେଦ ଓ ସ୍ମୃତିର ଭାବନାକୁ ଅଭିବ୍ୟକ୍ତ କରିଛନ୍ତି । ସମୁଦ୍ର ବେଳାଭୂମିରେ ଦୁଇଜଣ ସାଥିହୋଇ ଏକା ବୁଲୁଥିବା ସମୟର ସ୍ମୃତିକୁ ମନେ ପକାଇଛନ୍ତି । ସମୁଦ୍ରର ଢେଉ ସମସ୍ତ ପଦଚିହ୍ନ ଗୁଡିକୁ ଲିଭାଇ ଦେବା ଭୟରୁ ଦୂରେଇ ପଥର ଚଟାଣ ପରି ସ୍ଥିର ରଖିଥିବା ଭାବନାର ପଂକ୍ତି ଗୁଡିକୁ ଖୁବ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି । କିନ୍ତୁ ସମୟର ଢେଉରେ ପ୍ରିୟଜନଙ୍କ ପାଦଚିହ୍ନ ଗୁଡିକୁ ଭାସି ଯାଇଥାଏ, ଏହା ସେ ସ୍ପଷ୍ଟ କରିଛନ୍ତି ଏହି କବିତାରେ । ଅହଲ୍ୟା ପରି ଅପେକ୍ଷାରେ କେହି ବି ରହିବେ ନାହିଁ, କେବଳ ନିଜ ପ୍ରେମକୁ ସ୍ମୃତିର ଚଟାଣରେ ସାଇତି ରଖି ଆଗକୁ ବଢ଼ିବା ହିଁ ସାର । ନିଜର ପ୍ରେମର ଭାଗ ମାପ ନକରି ନିଃସ୍ୱାର୍ଥ ଭାବେ ସମର୍ପିତ ହେବାର ଆହ୍ଵାନ ଏହି କବିତାରେ ସ୍ପଷ୍ଟ ବାରିହୁଏ । ଏହି କବିତାରେ ପ୍ରେମର ସ୍ମୃତି, ବିଚ୍ଛେଦର ବେଦନା ଓ ଶେଷରେ ସ୍ମୃତିକୁ ପାଥେୟ କରି ଆଗକୁ ବଢ଼ିବାର ମନୋଭାବକୁ ଚିତ୍ରିତ କରାଯାଇଛି.. ।
