ସ୍ଥିତିପ୍ରଜ୍ଞା ସ୍ଵାଇଁ
ଭୈରପୁର, କଟକ, ଓଡିଶା
ମୋ – ୭୭୩୫୭୬୩୦୫୪
Article No. 149
Article Received On: 01-03-2026
Article Published On: 01-04-2026
ପ୍ରକାଶନ ବିବରଣୀ
ଦ୍ଵିତୀୟ ବର୍ଷ, ଚତୁର୍ଥ ସଂଖ୍ୟା – ଅପ୍ରେଲ ୨୦୨୬
Volume No.02, Issue No.04 – April 2026
ISSN : 3108-2041
ସାରାଂଶ
ଏହି କବିତାରେ ଭଗବାନ ବିଷ୍ଣୁଙ୍କ ନରସିଂହ ଅବତାର ଓ ଭକ୍ତ ପ୍ରହଲ୍ଲାଦଙ୍କ ଅତୁଟ ଭକ୍ତିର କଥା ବର୍ଣ୍ଣନା କରାଯାଇଛି । ହିରଣ୍ୟକଶ୍ୟପୁ ନାମକ ଅତ୍ୟାଚାରୀ ରାକ୍ଷସ ଏମିତି ଏକ ବରପ୍ରାପ୍ତ ହୋଇଥିଲା ଯେ ସେ ନା ମନୁଷ୍ୟ, ନା ପଶୁ ଦ୍ୱାରା, ନା ଘରେ, ନା ବାହାରେ, ନା ଦିନରେ, ନା ରାତିରେ ମରିପାରିବ । ଏହି ବରର ପ୍ରଭାବରେ ସେ ଦେବତାମାନଙ୍କୁ ଅତ୍ୟାଚାର କରୁଥିଲା । ତା’ର ପୁତ୍ର ପ୍ରହଲ୍ଲାଦ ଭଗବାନ ବିଷ୍ଣୁଙ୍କ ପରମ ଭକ୍ତ ଥିଲା । ପୁତ୍ରର ଏଭଳି ଭକ୍ତି ଦେଖି ହିରଣ୍ୟକଶ୍ୟପୁ କ୍ରୋଧରେ ତାକୁ ମାରିବା ପାଇଁ ବହୁତ ଚେଷ୍ଟା କରିକଲା । କିନ୍ତୁ ଭଗବାନ ବିଷ୍ଣୁ ଭକ୍ତର ରକ୍ଷା ପାଇଁ ଖମ୍ବ ମଧ୍ୟରୁ ନରସିଂହ ଅବତାର ଗ୍ରହଣ କରିଥିଲେ, ମନୁଷ୍ୟ ଭଳି ଶରୀର ଓ ମୁଖମଣ୍ଡଳ ଥିଲା ସିଂହର । ଦିନ ନୁହେଁ କି ରାତି ନୁହେଁ ସନ୍ଧ୍ୟା ସମୟରେ, ଘର କି ବାହାର ନୁହେଁ ଓଳି ତଳେ ନିଜ ଜଙ୍ଘ ଉପରେ ବସାଇ ହିରଣ୍ୟକଶ୍ୟପୁକୁ ବିନା ଅସ୍ତ୍ର ଶସ୍ତ୍ରରେ ନିଜ ନଖ ଦ୍ଵାରା ବିଦାରି ବିଦାରି ବଧ କରିଥିଲେ । ଭକ୍ତ ପ୍ରହଲ୍ଲାଦଙ୍କୁ ରକ୍ଷା କରି ଓ ଜଗତରେ ଶାନ୍ତି ସ୍ଥାପନ କରିଥିଲେ । ଏହି କବିତାରେ ଭଗବାନଙ୍କ ନରସିଂହ ଅବତାର ଦ୍ୱାରା ଅତ୍ୟାଚାରୀ ହିରଣ୍ୟକଶ୍ୟପୁର ବିନାଶ ଓ ଭକ୍ତ ପ୍ରହଲ୍ଲାଦଙ୍କ ଜୀବନ ରକ୍ଷା ମାଧ୍ୟମରେ ଭଗବାନ ଓ ଭକ୍ତର ଅତୁଟ ସମ୍ପର୍କକୁ ବର୍ଣ୍ଣନା କରା ଯାଇଛି.. ।
