Categories
Journal Poetry

ନେତାଜୀ ସୁବାଷ

Open Access Journal 768x74

Volume.IX – Issue.X – October 2025
Author – Artatran Khurdia
Address – Bankia, B.M.Pur, Sonepur

ନେତାଜୀ ସୁବାଷ ହେ ବିଶ୍ୱପୁରୁଷ
ବୀର ମଧ୍ୟେ ତୁମେ ବୀର,
ତୁମ କୁଟନୀତି ରାଷ୍ଟ୍ର ଶ୍ରଦ୍ଧା ପ୍ରୀତି
ମନେ ରହିଥିବ ଚିର ॥

ହେଇ ଅନ୍ତର୍ଦ୍ଧାନ ପହଞ୍ଚି ବର୍ଲିନ
ହିଟଲର୍ ସାଥେ ଭେଟି,
ବିଦେଶରେ ରହି ସ୍ୱାଧୀନତା ପାଇଁ
ଗଢିଲ ସୈନ୍ୟର ପାର୍ଟି ॥

କେବେ ଜୟହିନ୍ଦ କେବେ ଦିଲ୍ଲୀ ଚଲୋ
ତୁମର ପ୍ରସିଦ୍ଧ ସ୍ଲୋଗାନ,
ଆଜିବି ହୃଦୟେ ତୁମ ନାମ ଗୁଣୀ
ଲାଗେ ଗର୍ବ, ଅଭିମାନ ॥

ତୁମ ମୃତ୍ୟୁ ଫାଶ ଆଜି ବି ରହସ୍ୟ
ମନ ହୃଦ ଆନ୍ଦୋଳିତ,
ହେ ଯୁବ ସମାଜ କର ପ୍ରଣ ଆଜ
ଖୋଜିବା ଘଟଣା ପ୍ରକୃତ ॥

End Line Of Article 768x5
Share with friends: