Volume.IX – Issue.XI – November 2025
Author – Tarani Dandasena
Address – Mundenpalli, Sambalpur
Contact – 9937763462
ବିଚ଼ଳିତ ହୋଇ ଜଣେ ସ୍ତ୍ରୀ ଓ ଜଣେ ପୁରୁଷ ଲୁଚିଲା ପରି ଜଣା ପଡୁଥିଲେ । କିଛି କ୍ଷଣ ପରେ କେତୋଟି ମଟର ସାଇକଲ ସେଇ ରାସ୍ତାକଡରେ ଥିବା ବୃଦ୍ଧ ବରଗଛ ଦେଇ ଯାଉଥାଏ । ହାବ ଭାବ ଦେଖି ଜଣା ପଡ଼ୁଥିଲା ବରଗଛ ମୂଳରେ ଲୁଚୁଛନ୍ତି । ପ୍ରଥମତଃ ଗହଣା ଚୋରି ଉଦ୍ଦେଶ୍ୟରେ ଦ୍ୱିତୀୟତଃ ସ୍ତ୍ରୀ ବଳାତ୍କାର ଉଦ୍ଦେଶ୍ୟରେ । କିଛି ସମୟ ଅତିବାହିତ ହେବାପରେ ପୁଣି ସେଇ ମଟର ସାଇକଲ ବିପରୀତ ଦିଗରେ ଫେରିଆସିଲା । ପ୍ରକୃତରେ ଭାବନା ଟା ନିଶ୍ଚିତ ଭାବରେ ସତ୍ୟ ଜଣା ପଡ଼ୁଥିଲା ।
ପ୍ରଚଣ୍ଡ ବର୍ଷା । ଆଖ ପାଖ ବିଚ୍ଛିନ୍ନ ବେଲାଭୂମି, ସାହା ମାତ୍ର ବୁଦ୍ଧ ବରଗଛ । କିଛି ଦୂରରୁ ଶୁଭୁଥିଲା- ରାମ ନାମ୍ ସତ୍ୟ ହେ— । ବିଚ଼ଳିତ ଉଭୟେ, ହେଲେ ନିଶ୍ଚୟେ ତାଙ୍କ ପ୍ରାଣର ଉଦ୍ବେଳନ ବଢ଼ାଉଥିଲା । ଧିରେ ଧିରେ ମେଘ ଶାନ୍ତ ହେଲା । ସୂର୍ଯ୍ୟଙ୍କ ରଶ୍ମି ହେଲା ବିଜୟ ମାନ । ସମସ୍ତେ ଭାବ ବିହ୍ଵଳ । ଚିତାରେ ଅଗ୍ନି ଜଳି ଉଠିଲା । ନିଃଶବ୍ଦ ଭଳି ସମସ୍ତେ ନିରୋଳାରେ ବୃକ୍ଷ ତଳେ ନିଃଶ୍ୱାସ ମାରିଲେ । ଅଗ୍ନି ଶାନ୍ତ ପରେ ସ୍ଥାନଟି ଶ୍ମଶାନ ପାଲଟିଗଲା ।
ବଜାର ପ୍ରାଙ୍ଗଣ ସପ୍ତାହକ ଗୋଟିଏ ଦିନ ବୃକ୍ଷ ଚର୍ତୁପାର୍ଶ୍ଵରେ ଗୋଟିଏ ପରିବାର ସଦୃଶ ଘରଟିଏ ପରି ଗଢ଼ି ଉଠିଥିଲା, ଯେଉଁଠି ଶହ ଶହ ଲୋକ ବାସ କରୁଥିଲେ । ନେତା ମାନଙ୍କ ଭୋଟ ପ୍ରଚାର ପାଇଁ ସଭା, ଜନତାଙ୍କୁ ଏକ ଗୋଷ୍ଠୀରେ ପରିଣତ କରିବାର ପ୍ରମୁଖ ଭୂମିକା ଗ୍ରହଣ କରିବାରେ ଏଇ ବୃକ୍ଷ ଇତିହାସ ରଚି ଦେଇଛି । ବାହାଘର ବରଯାତ୍ରୀଙ୍କ ଜଳଖିଆ ସ୍ଥଳଭାବେ ବେଶ୍ ପରିଚିତ ।
ଏବେ କିନ୍ତୁ ସେ ଏକାକୀ । ବହୁତ କାନ୍ଦୁଛି । ତା’ର ଅଶ୍ରୁ ଧାର ଧାର ହୋଇ ତାରି ଚ଼ର୍ତୁପାର୍ଶ୍ଵ ଶରୀରରେ ଦଉଡ଼ି ଭଳି କଠିଣ ହୋଇ ଗଲାଣି । ଚଢେଇର ତେଣା ଭଳି ପତ୍ର ଗୁଡ଼ିକ ଆଉ ପବନରେ ଫଡ଼ ଫଡ ଶବଦ କରୁନି, ବାହୁନି ବାହୁନି ତାର ଶରୀର ଅସୁସ୍ଥ ପଡ଼ିଲାଣି । ତାର ପରିବାରର ଜନତା ତାରି ପାଖକୁ ଆସୁ ନାହାଁନ୍ତି । କାହିଁକିନା ଚାରି ପାଖରେ ପରିବାର ଚଳାଇବାର ଆଉ ଦକ୍ଷତା ନାହିଁ । ତଣ୍ଟି ଶୁଖି ଗଲାଣି । ଜଳ ଟୋପାଏ ପାଇଁ— ଔଷଧ ପାଇଁ— ତାର ଟିକିଏ ସେବା କରିବା ପାଇଁ କେହି ଆସୁ ନାହାନ୍ତି- କାନ୍ଦି କାନ୍ଦି ଶେଷରେ– ସେ ଆଉ କ’ଣ କରିବ ???
