Categories
Journal Poetry

ଠକ୍

Open Access Journal 768x74

Volume.IX – Issue.XI – November 2025
Author – Sidhi Swarupa Padhy
Address – Mudipada, Sambalpur

ଇଦିସେଦି କହିକରି ଲୁକ୍‌କୁ
ଠକି ଦେଉଛେ ଠକ୍
ତାର୍‌କଥା କେ ସତ୍ କରି କରି
ଆକାଶେ ଉଡୁଛନ୍ ଲୋକ୍ ।

ହାତ୍ କେ ଦେଖି କରି କହି ଦେଉଛେ
କେତେ ରକ୍‌ମର୍ କଥା
ସେନ ଲୋକ୍ ପେଲ୍‌ହା ଠେଲା
ହେଇ ହେଉଛନ୍ ଅଥା ବିଥା ।

ହେନ୍ତେଇ ଯଦି ଜାନି ପକଉଛେ
ଲୁକ୍‌କର୍ ଭବିଷ୍ୟତ୍
ଦୁଃଖ, ବେମାର୍, ସେମାର୍ ନୁ
ପାର୍‌ପାଇଯାଏତା ଇ ଜଗତ୍ ।

ଲୁକ୍‌କୁ ଠକି, ଡରରେଇ କରି
ହଏରାନ୍ କର୍‌ବାର୍ ବୁଦ୍ଧି
ଲେକ୍‌ମାନେ ଭି ସତ୍‌କରି କରି
ହଜେଇ‌ ଦେଉଛନ୍ ବୁଦ୍ଧି ଶୁଦ୍ଧି ।

ଜନ୍‌କୁ କହେ‌ଲା ତୋର୍ ପୁଓ ଟା
ସାତ୍ ବଛ୍‌ରେ ଯିବା ମରି
ସେ କାନ୍ଦି କାନ୍ଦି ମତେ
ସବୁ ଗୁହାର୍‌ଲା ବୁପ୍‌ରି ।

ମୁଇଁ କହେଲି ଜନମ୍ ମରନ୍ ଇ
ସଂସାରେ କେହି କହି ନାଇଁ ପାରନ୍
ଜନେ ତ ଅଛେ ଜୀବନ୍ ର ମୁଖିଆ
ଦେଇଛେ ଆମ୍‌କୁ ଜୀବନ୍ ।

ମନେ ରଖି କରି ଭର୍‌ସା
ଯା ଭ‌ଜବୁ ତୁଇ ଜଗନ୍ନାଥ୍
ଟିକା ଗୋବିନ୍ଦ ବାଗିର୍ ଆଏଶ୍ ହେବା
ଆଶିର୍ବାଦ୍ ଦେବେ ଜଗନ୍ନାଥ୍ ।

ଛୁଚା କଥା କେ ବିଶ୍ୱାସ୍ କରି କରି
ନାଇଁ ହ କେହି ହଏରାନ୍
ମହାପୁରୁ ଅଛନ୍ କର୍‌ବେ ସମ୍‌କୁ
ସବୁବେଲେ ପରିତ୍ରାଣ୍ ।

ଦେଖ୍ ଦେଖ୍ ବଏଲା ବେଲେ
ସେ ପିଲା ବଢେ ଇନ୍‌ଜିନିୟର୍
ହସି ଖୁସି ଥି ବନାଲାନ
ବଢେ ଟେ ଘର୍ ।

End Line Of Article 768x5
Share with friends: