Volume.1 – Issue.11 – November 2025
Author – Bhabani Shankar Meher
Address – Dhanupalli, Mahabirpada, Sambalpur
Contact – 9938120102
ତୁହି ଅଟୁ ମୋର ପ୍ରଥମ ପ୍ରେମ ଲୋ
ପ୍ରେମ ରାଇଜର ନାୟିକା,
ଯେଉଁଦିନ ତତେ ପ୍ରଥମେ ଦେଖିଲି
ତାହା ତ ମୋ’ପାଇଁ ମଉକା ॥୧॥
ଗଳାହାର କରି ରଖିବାକୁ ଚାହେଁ
ଅତି ଯତନରେ ମୁହିଁ ତତେ
ଥିବୁକି ସଜନୀ ଦିବସ ରଜନୀ
ଯୋଡ଼ିହୋଇ ସଦା ମୋର ସାଥେ ॥୨॥
କରିଅଛି ଆଶା ରଖିଛି ଭରସା
ହେବୁ ବୋଲି ମୋର ସହଚରୀ
ଦେବୁନାହିଁ ଧୋକା ହେ! ମୋର ନାୟିକା
ଗୁହାରୀ କରୁଛି ହାତଧରି ॥୩॥
ତୁହି ସଦ୍ୟପୁଷ୍ପ ମୁଁ ଅଟେ ମଧୂପ
ମତୁଆଲା ତୋର ବାସନାରେ
କରିଅଛି ଆଶ ଅଛି ମୋ ବିଶ୍ୱାସ
ନିଶ୍ଚୟ ଚାଖିବି ରସନା ରେ ॥୪॥
ସତ କହୁଛି ଲୋ ମୋ ନୟନେ ତୁହିଁ
ଅପାଶୋରା ଏକ କବିତା
ଦେହ ମନ ମୋର ଉଷୁମ ପାଇଁକି
ଶୀତ ସକାଳର ସବିତା ॥୫॥
ଦେହ ଛୁଇଁ ମୋର କହ ସୁନା ଗୋରୀ
ଦେଉନୁ ତ ମିଛ ପ୍ରତିଶ୍ରୁତି ?
ସରଳ ହୃଦୟେ ଗରଳ ଭରିଲେ
ହନ୍ତସନ୍ତ ହେବି ଦିନ ରାତି ॥୬॥
