Categories
Journal Poetry

ବଣମଲ୍ଲୀ

Open Access Journal 768x74

Volume.1 – Issue.11 – November 2025
Author – Sabita Sarangi
Address – Dhanupalli, Sambalpur

ମୁଁ ବଣମଲ୍ଲୀ ବଣରେ ଫୁଟି ଯାଉଛି ଝରି
ହେଲେ ଗୁଣ ରଖିଅଛି ସାଇତିକରି ॥

ଘର ମଲ୍ଲୀ ପରି ମୋର ନାହିଁ ବାସନା
ତଥାପି ମୁଁ କେବେ ନୁହଁଇ ଆନମନା ॥

ବିହି କରିଅଛି ମତେ ଫୁଲ
କେହି ନୁହଁନ୍ତି ମୋ ସମତୁଲ ॥

କୋମଳ ଗୁଣରେ ତନୁ ମୋ ଭରା
ଉଜ୍ଜ୍ୱଳ ରଙ୍ଗରେ କରେ ଈଶାରା ॥

ଫୁଲ ରୂପେ ପାଇଥାଏ ଆଦର
ସଭିଙ୍କୁ ବାଣ୍ଟେ ହସର ବେଭାର ॥

ପେନ୍ଥା ପେନ୍ଥା ହୋଇ ମୁଁ ଝୁଲୁଥାଏ
ଲଘୁ ବାସନାରେ ମନକୁ ମୋହେ ॥

ବଣେ ଫୁଟି ବଣେ ଝରି ଯାଉଛି
ହେଲେ ଦିବ୍ୟଗୁଣେ ବିହି ସଜାଇ ଅଛି ॥

ଚେରରେ ଅଛି ମୋ ଔଷଧ ଗୁଣ
ଭିନ୍ନ ଭିନ୍ନ ରୂପେ ମୋହୁଛି ମନ ॥

ହୁଏ ମୁଁ ଗଜରା ହୁଏ ଅତର
ତରୁଣୀ ମାନଙ୍କ ଭାରି ଆଦର ॥

ଫୁଲ ମୁହିଁ ଏହା ଶିଖାଇଥାଏ
ସଫା ମନେ ଯେ କର୍ମ କରିଥାଏ ॥

ଆଦର ସମ୍ମାନ ମିଳେ ସତତ
ଗୁଣ ଭୁଲେନାହିଁ କେବେ ଜଗତ ॥

End Line Of Article 768x5
Share with friends: