Volume.1 – Issue.11 – November 2025
Author – Hasyamayee Raj
Address – Orali, Hatadihi, Keonjhar
ତମକୁ ପାଇ କ’ଣ ପାଇଛି
ହିସାବ କରିବାକୁ ବେଳ କାହିଁ ??
ଚାଲିଛି ତ ଚାଲିଛି..
ଆସିଥିବା ତାଲିକା ଧରି
ସଂସାର ହାଟରେ
ଖାସ୍ ତମ ମୁହଁରେ
ହସ ଟିକେ କିଣିବାକୁ..
ପ୍ରତାରଣା ନୁହେଁ ଦୃଷ୍ଟି ନିବିଦ୍ଧ ମୋର
ପ୍ରେମର ଆକାଶ ଛୁଆଁ
ପିରାମିଡ୍ ଗଢିବାକୁ
ପ୍ରତିଶ୍ରୁତିର ଫର୍ଦ୍ଦ ସବୁକୁ
ବାରମ୍ବାର ପଢୁଛି
ଭୂଲିଵାକୁ ଚାହିଁନି ବରଂ ଚାହିଁଛି
ଗୋଟି ଗୋଟି ପୁରା କରିବାକୁ ।।
ମୋ ପାଇବା ନୁହେଁ ତମ ପାଇବାର
ଶେଷ ଖୁଣ୍ଟି ଦେଖୁଛି କେତେ ବାଟ
ରାସ୍ତା ମାପୁନି ବରଂ ହାତ ବଢ଼େଇଛି
ତାକୁ ଛୁଇଁବାକୁ ।।
ତମର ସବୁ ପାଇବା
ଭିତରେ ତ ମୋ ପାଇବା
ମୋ ହସ ଲୁହ ସବୁ ଲଟକିଛି
ଏ କଥା ବୁଝିଗଲା ପରେ
ମୋ ଠାରୁ ଦେଖୁଛି ଅଧିକ… ତମକୁ ।।
ମୋର ସବୁ ସ୍ଵପ୍ନ
ସବୁ ସମ୍ଭାବନା ଭିତରେ
ତୁମପାଇଁ ସ୍ଥାନଟିଏ
ପ୍ରଥମେ ତ ଅଛି
ତମକୁ ବାଦ୍ ଦେଇ ନୁହେଁ
ତେଣୁ ଦେଖିବାକୁ ଚାହିଁଛି
ଖାସ୍ ସେଇ ସ୍ଵପ୍ନକୁ ।।
