Categories
Journal Poetry

ଆମ ପିତା ମାତା ଚଳନ୍ତି ଦେବତା

Open Access Journal 768x74

Volume.1 – Issue.11 – November 2025
Author – Dr. Anupama Biswal
Address – Mudipada, Sambalpur
Contact – 7978568322

ଆମ ପିତା ମାତା ଚଳନ୍ତି ଦେବତା
ଜୀବନର ମୂଳାଧାର
ତାଙ୍କରି ପରଶେ ଏ ଜୀଵନ ହସେ
ହୁଏ ସରବ ସୁନ୍ଦର ।

ହାତ ଧରି ହାତେ ହୋଇ ବିମୋହିତେ
ଦେଖାଇଛନ୍ତି ଯେ ପଥ
ତାଙ୍କରି ପଥରେ ଚାଲି ଧୀରେ ଧୀରେ
ହୋଇଅଛୁ ଆଲୋକିତ ।

ଶିକ୍ଷା ଦୀକ୍ଷା ଦେଇ ସଂସ୍କାର ଶିଖାଇ
କରିଛନ୍ତି ପ୍ରସାରିତ
ତାଙ୍କ ନୀତି ଜ୍ଞାନ ଅଟେ ବରଦାନ
କରେ ସଦା ଶୃଙ୍ଖଳିତ ।

ଅବାଟରୁ ଆଣି ମନକଥା ଜାଣି
ଦେଖାଇ ସୁପଥ ନିଶି
ସବୁ ଭ୍ରମ ଭ୍ରାନ୍ତି ଦୂର ହିଁ କରାନ୍ତି
ତେଣୁ ନାଚୁଥାଏ ଖୁସି ।

ତାଙ୍କ ହିତେ ସେବା ପାଇଁ ମନ ଦେବା
ମହାଭାବ ହୃଦେ ଧରି
ତାଙ୍କରି ଆଦର୍ଶେ ଚାଲୁଥିବା ବାଟ
ଲଭିବା ହେ ସୁଖ ଶିରୀ ।

ଆମରି ଜୀଵନ ପାଇ ମାନ ଧନ
ତାଙ୍କ ହେତୁ ଯାଏ ଭରି
ତାଙ୍କ ପାଦ ଧରି ମଥା ନତ କରି
ହୋଇବା ସଂସାରୁ ପାରି ।

End Line Of Article 768x5
Share with friends: