Categories
Journal Poetry

ଉତ୍ତର ନାହିଁ କି ମୋ ପ୍ରଶ୍ନର

Open Access Journal 768x74

Volume.1 – Issue.11 – November 2025
Author – Mandakini Padhy
Address – Padmapur, Baragarh
Contact – 7077456072

ଭାବଟିଏ ବୁଣିଦିଏ ତୁମପାଇଁ
ରାତ୍ରିର କ୍ଳାନ୍ତ ଶବ୍ଦ ପରେ
ଯେବେ କାକର ନିଅଣ୍ଟ ପଡ଼ିଯାଏ
ମଉଳି ଯାଏ ପକ୍ଷୀର କାକଳି
ତଥାପି ଉତ୍ତର ଖୋଜି ପାଉନି
ମୋର ନିରୁଦ୍ଧିଷ୍ଟ ଚେତନାରେ ।।

ଜହ୍ନ ତାରାଙ୍କୁ ସାଥି କରି
ଲେଖିଦିଏ ମନ ଦିଆନିଆ ଋତୁର
କିଛି କାହାଣୀ ଓ କବିତା
ମୋ ଅସମାପ୍ତ ବିନ୍ଦୁରେ
ଛିଡ଼ାହୋଇ ସମୁଦ୍ରକୁ ଦେଖେ
ତା’ର ଦୂର ଦିଗ୍ ବଳୟ ବ୍ୟାପୀ
ଅଶାନ୍ତ ଢ଼େଉକୁ ପଚାରେ
ପାଏନି ଉତ୍ତର ।।

ତୁମପାଇଁ ଭାବଟିଏ ବୁଣୁ ବୁଣୁ
ନିଜକୁ ହଜାଇ ଦେବିନି ତ?
ତୁମେ କିନ୍ତୁ ଅବ୍ୟକ୍ତ ପରିବ୍ୟାପ୍ତ
ଉଦାର ହୃଦୟର ସ୍ପନ୍ଦନଟିଏ
ତଥାପି କାହିଁକି ଯେ
ମନ ବ୍ୟାକୁଳ ହୋଇ ଉଠେ ।।

ମୋ ସଂପର୍କର ହିସାବ ଖାତାରେ
ପ୍ରଶ୍ନର ଉତ୍ତର ଖୋଜେ କିନ୍ତୁ ପାଏନି…
ସ୍ଥିତପ୍ରଜ୍ଞା ହୋଇ ପ୍ରଶ୍ନିଳ ଆଖିରେ ଚାହିଁ ରହିବି
ଆୟୁଷ ଦୀପରୁ ତେଲ ସରିବା ପର୍ଯ୍ୟନ୍ତ ।।

End Line Of Article 768x5
Share with friends: