Categories
Journal Poetry

ମିଛ ସମ୍ପର୍କ

Open Access Journal 768x74

Volume.1 – Issue.11 – November 2025
Author – Narayan Rout
Address – Nachhipur, Khaira, Balasore
Contact – 8594853593

ଭାବୁଥାଅ ଯଦି ତୁମେ
ମୁଁ ପ୍ରେମିକ କବି,
ଦର୍ପଣ ଆଗରେ କେବେ
ଦେଖିଛ ନିଜ ଛବି ।
ଯଦି କେବେ ଲେଖିଥାଏ
ପ୍ରେମର କବିତା,
ଆଉ କାହା ପ୍ରେମ କଥା
ମୋ ହାତରେ ଲେଖା ।
ତୁମ ପରି ପ୍ରେମିକା ଯେ
ମୋ ଭାଗ୍ୟରେ କାହିଁ,
ମିଥ୍ୟା ପ୍ରତିଶ୍ରୁତି ଦେବା
ମୋ ଜାତକରେ ନାହିଁ ।
ତୁମ ଭାବ ମୋ ଅଭାବ
ପୁରାପୁରି ଭିନ୍ନ,
ଆମ ପ୍ରେମ ଅଧାବାଟେ
ହୋଇଯିବ ଛିନ୍ନ ।
ତୁମେ ହ୍ୱାଇଟ ଆଉ ମୁଁ
ବ୍ଲାକ ଏଣ୍ଡ ଟିଭି,
ସେଥିରେ ଫୁଣି କଲରଫୁଲ
ଦେଖାଯିବ ଛବି ।
କିଏ କହେ ପାଗଳ ମୁଁ
କିଏ କହେ ବୋକା,
ମତେ ନେଇ ପ୍ରେମ କଲେ
ଖାଇଯିବ ଧୋକା ।
ତୁମ ପାଇଁ ଜୀବନ
ପ୍ରେମର ରାଗିଣି,
ମୋ ପାଇଁ ସଂସାରଟା
ବଡ ମାୟାବିନୀ ।
ଏ ସୁନ୍ଦରୀ ନାରୀ
ତୁମ ମାୟା ବଡ ବିପରୀତ,
ତୁମେ ଖୋଜୁଥିବା
ଏ ନୁହେଁ ଗରାଖର ହାତ ।
ସମୟ ମତେ ସଜାଇ ଦେଇଛି
ବେରସିକ କବି,
ମୋ ପ୍ରେମ ତାଲା କୁଆଡେ ଗଲାଣି
ହଜିଛି ତାର ଚାବି ।

End Line Of Article 768x5
Share with friends: