Volume.1 – Issue.11 – November 2025
Author – Dasarath Majhi
Address – Kurumchuan, Bhawanipatna, Kalahandi
Contact – 8249212472
କୁରୁମାଚୁଆଁ ଉତ୍ତର ଦିଗେ
ଅଛି ଟାଗ୍ରୀ ଡ଼ଙ୍ଗର
ବରଷା ମାସେ ଶାଗୁଆ ଡାଳେ
ଦିଶେ କେଡେ ସୁନ୍ଦର ॥୧॥
ଭୀମାବୁଢାଙ୍କୁ ପୂଜା କରନ୍ତି
ଟାଗ୍ରୀ ଡ଼ଙ୍ଗର ତଳେ
ପୂଜାପାଠରେ ମହକି ଉଠେ
ଚଇତ ମାସ ବେଳେ ॥୨॥
କୁରୁମାଚୁଆଁ ଘୁଷୁରୀଗୁଡ଼ି
କାଉଗୋପନା ପାଶେ
ଖୋଲାଣ୍ଡି ଗାଁ’କୁ ଲାଗି କରିତ
ଟାଗ୍ରୀ ଡ଼ଙ୍ଗର ଦିଶେ ॥୩॥
ଟାଗ୍ରୀ ଡ଼ଙ୍ଗର ସତେ ଯେମିତି
ହାତୀ ସଦୃଶ ଭଳି
ଉଚ୍ଚା ପଥର ରହିଛି ଦେଖ
ଦୁଇ ଆଖିକୁ ଖୋଲି ॥୪॥
ଘୋଡାଉଡେନ ଗୁମ୍ଫା ରହିଛି
ଟାଗ୍ରୀ ଡ଼ଙ୍ଗର କୋଳେ
ନାନା ବିହଙ୍ଗ ଉଡି ବୁଲନ୍ତି
ବସି ସବୁଜ ଡାଳେ ॥୫॥
