Categories
Journal Poetry

ନିଛୁକ ପ୍ରେମ

Open Access Journal 768x74

Volume.1 – Issue.11 – November 2025
Author – Banamali Namadeo
Address – Kuchinda, Sambalpur
Contact – 7008766686

ପ୍ରେମ ନୁହେଁ ଏଠି ଶାଶ୍ୱତ ନିର୍ମଳ
ପ୍ରେମ ଏଠି ସ୍ୱାର୍ଥପର
ସ୍ୱାର୍ଥ ଲୋଭ ଆଶା ପ୍ରବଳ ଯେଉଁଠି
ପ୍ରେମର ସେଇଠି ଘର ॥୧॥

ନିସ୍ଵାର୍ଥ ପ୍ରେମରେ ପେଟ କି ପୁରିବ
ଭୌତିକ ସୁଖ ଯେ କାହିଁ
ପ୍ରେମ ଖାଲି ଏକ କବିତାର ଗାର
ବାସ୍ତବତା କିଛି ନାହିଁ ॥୨॥

ଏକ କୁ ଆରେକ ଯୋଡ଼ା ଯୋଡି ଏଠି
ସ୍ୱାର୍ଥର ସପନ ନେଇ
ବନ୍ଧୁ ପରିବାର ସ୍ୱାର୍ଥ ପ୍ରେମେ ବନ୍ଧା
ନିଛୁକ ସତ୍ୟ ଯେ ଏଇ ॥୩॥

ଅଣଦେଖା କରି ଚାଲିଯିବେ ସେହି
କହୁଥିଲୁ ଯା’କୁ ନିଜର
କରୁଥିବୁ ବସି ଗୁଣନ ହରଣ
ଭୁଲ୍ ବା ରହିଲା କାହାର ॥୪॥

ସ୍ୱାର୍ଥ ସରିଗଲେ କିଏ ତୋ ନିଜର
ଅଜଣା ହୋଇବୁ ତୁହି
ବର୍ଜ୍ୟବସ୍ତୁ ପରି ଅଲୋଡା ଜାଗାରେ
ପଡ଼ିଥିବୁ ଶୁନ୍ୟେ ଚାହିଁ ॥୫॥

End Line Of Article 768x5
Share with friends: