ଏହି କବିତାରେ ପଦ୍ମ ଫୁଲର ସୌନ୍ଦର୍ଯ୍ୟ, ପବିତ୍ରତା ଓ ମହତ୍ତ୍ୱକୁ ଅତ୍ୟନ୍ତ ସୁନ୍ଦର ଭାବରେ ଚିତ୍ରଣ କରାଯାଇଛି । କଳୁଷିତ ପଙ୍କରୁ ଜନ୍ମ ନେଇଥିଲେ ମଧ୍ୟ ପଦ୍ମ ଫୁଲ ସଦା ପବିତ୍ର ଓ ନିର୍ମଳ ରହେ । ଶିଶିର ବିନ୍ଦୁ ପତ୍ର ଉପରେ ମୋତି ପରି ଚମକେ ଓ ସୂର୍ଯ୍ୟୋଦୟ ସମୟରେ ପଦ୍ମ ହସିଉଠେ । ନୀରବ ଜଳାଶୟରେ ରହି ମଧ୍ୟ କେବେ ବି ଜଳକୁ ସ୍ପର୍ଶ କରି ନଥାଏ । ପଦ୍ମ ଲୋଭ, ଈର୍ଷା ଓ ମୋହରୁ ସର୍ବଦା ନିଜକୁ ଦୂରେଇ ରଖିଥାଏ ଏବଂ ଦେବୀ ଦେବତାଙ୍କ ଆସନରୂପେ ନିଜକୁ ନିୟୋଜିତ କରିବାକୁ ସେ ଖୁବ ପସନ୍ଦ କରିଥାଏ । ମାତା ଲକ୍ଷ୍ମୀଙ୍କ ସହ ଏହାର ସମ୍ପର୍କ ନିବିଡ ଓ ଉଲ୍ଲେଖନୀୟ । ଯେତେ ଝଡ଼ ତୋଫାନରେ ଆସିଲେ ବି କେବେହେଲେ ନିଜ ମସ୍ତକ ତଳକୁ କରି ନଥାଏ । ସମଗ୍ର କବିତାଟିରେ ପଦ୍ମ ଫୁଲକୁ ପବିତ୍ରତା, ଧୈର୍ଯ୍ୟ ଓ ଉଚ୍ଚ ଆଦର୍ଶର ପ୍ରତୀକ ଭାବେ ପ୍ରକାଶ କରାଯାଇଛି.. ।