Categories
Journal Poetry

ପାଞ୍ଚଟି ଏକପଦୀ – ନବମ ଭାଗ

Volume.1 – Issue.9 – September 2025
Author – Ramesh Mangaraj
Address – Mahula, Angarapada, Khordha, Odisha
Contact – 8114609280

ଆଶାଠାରୁ ବେଶି ଅଶାଳୀନ ତମେ
ଆଲୋକ ବିହୀନ ରାତି
ଆବରଣ ହୀନ ତମ ଦେହ ତଳେ
ଆତୁରେ ନାଚଇ ପ୍ରୀତି ll

ଆରୋପ ଲଗନା ଆଉ ଗୋ ସୁନ୍ଦରୀ
ଆର୍ଯ୍ୟପୁତ୍ର ତୋର ମୁହିଁ
ଆର୍ଯ୍ୟାବର୍ତ୍ତ ସାରା ଚରଚା ଚାଲିଛି
ଆମରି ଗୁଜବ ନେଇ ll

ଆବାହନୀ ଗୀତ ଗାଏ ତୁମପାଇଁ
ଆସ ଆଗୋ ପ୍ରିୟା ମୋର
ଆବେଗରେ ଭରା ମନଟିକୁ ନେଇ
ଆତୁର ମୋ ଦୂର କର ll

ଆକସ୍ମିକ ଭାବେ ତମ ସହ ଭେଟ
ଆକର୍ଷିତ ହୋଇଗଲି
ଆକାଶର ଜହ୍ନ ହାତରେ ପାଇକି
ଆନନ୍ଦେ ଅଧିର ହେଲି ll

ଆତ୍ମା ଆଉ ମନ ଦୁଇଟି ଭିତରେ
ଆନନ୍ଦର ସେତୁ ତମେ
ଆସ ଆଗୋ ପ୍ରିୟା କରିବା ଆଳାପ
ଆହ୍ଲାଦିତଭରା ମନେ ॥

Share with friends: