Categories
Journal Poetry

ଦେବୀ

Volume.1 – Issue.10 – October 2025
Author – Meenakshi Padhy
Address – Chikiti Pentha, Ganjam, Odisha
Contact – 9776545001

ଶାରଦୀୟ ଶୁଭ୍ରାକାଶେ
ଶାନ୍ତ ଘନ କୁନ୍ତଳା ଗୋ,
ଶକ୍ତି ସ୍ଵରୂପିଣୀ ଦୁର୍ଗେ
ଶାରଦେ, ଅମ୍ବିକେ ଜାଗ ।

ରକ୍ତଜବା ଚକ୍ଷୁମୟୀ
ରଞ୍ଜିତ କଳା କଜ୍ଜଳେ,
ରୁଦ୍ର ପ୍ରିୟା ରମ୍ୟା ଦୁର୍ଗେ
ରାକା ରାତ୍ରି ସମୁଜ୍ଜଳେ ।

ମଧୁର ଅଧର ହାସ୍ୟ
ମନ୍ମୟୀ ଗୋ ଯଶସ୍ଵିନୀ,
ମମ ହୃଦେ ସ୍ଥିତା ଦୁର୍ଗେ
ଘୋର ତମସା ନାଶିନୀ ।

ଦଶଭୂଜା ମୃଣ୍ମୟୀ ଗୋ
ଦୁଷ୍ଟ, ଦୁଃଖ ନିବାରିଣୀ,
ଦଶ ଦିଶା ବିହାରିଣୀ
ଦୈତ୍ୟ ମହିଷା ନାଶିନୀ ।

ସୁରସା, ସୁବକ୍ଷା, ପ୍ରେମା,
ସୁଢ଼ଳା ମନ ମୋହିନୀ,
ସୁଭିକ୍ଷା ଦାୟିନୀ ଦୁର୍ଗେ
ସ୍ଥିତପ୍ରଜ୍ଞା ସୁକାମିନୀ ।

ମହାମାୟା ଅଗ୍ନି ସ୍ଵରୂପିଣୀ
ମାତା ମଧୁମୟୀ,
ମହିଷାମର୍ଦ୍ଦିନୀ ଦେବୀ
ମାହେଶ୍ଵରୀ ସଦା ଧ୍ୟାୟୀ ।

Share with friends: