Volume.IX – Issue.X – October 2025
Author – Suresh Chandra Bayee
Address – Prabaha Sahitya Sansad, Nilakanthapur, Kendrapara
ଏ ଘର ମୋର ନୁହେଁ
ତଥାପି ଚାହୁଁଛି ରହିବାକୁ
ମୁଁ ଜାଣିଛି ଏହାକୁ
ସେ ଗୋଟିଏ ପାଷାଣ କୋଠରୀ
ତା’ ଭିତରେ କେବଳ ଅଛି
ଯାତନାର ଫାଶ
ଖାଦ୍ୟ ନାହିଁ ସେଠି
କିନ୍ତୁ ଲାଗେ ମୋତେ
ଜୀବନର ସାଥିଟିଏ l
ବେଳେ ବେଳେ ଶୋଇଯାଏ
ନିଘୋଡ଼ ନିଦରେ
ଉଠି ଦେଖେ ତ ଦେହ ମୋର
କ୍ଷତ ବିକ୍ଷତ
ଝରୁଛି ଶୋଣିତ ଧାର
ତା ଭିତରେ ମୋତେ ଡାକେ
ପ୍ରକୃତି ଭାଷାରେ
ଫୁଲ ମହକରେ
କୋଇଲି ସ୍ୱରରେ
ଚନ୍ଦ୍ର ଜୋସ୍ନାରେ
ମୁଁ ଦେଖିଛି ତ ଭିତର ର
ଚିତ୍ରିତ ଛବି
ଶବ୍ବର ସୁକ୍ଷ୍ମ ତାର ରେ
ଗଢ଼ା ତା’ ଶରୀର
ସମ୍ପର୍କର ନିବିଡ଼ ବନ୍ଧରେ
ମୁଁ ଆଙ୍କି ବସେ ତାର ମାନଚିତ୍ର
ଯେତେ ଭାବେ
ଏଠି ରହିବାଟା
ଅତୀତର ଇତିହାସ
ତାଜମହଲ ପରି
କେବଳ ଚିହ୍ନଟି
ତଥାପି ନିର୍ମଳ ଆକାଶର
ପୁର୍ଣିମା ଜହ୍ନଟେ… ।
