Volume.IX – Issue.X – October 2025
Author – Sushama Hota
Address – Sambalpur, Odisha
ଆକାଶ କହିଲା ଧରଣୀକୁ
ତୁ ମତେ ଯଦି ନ ପଚାରୁ
ବଞ୍ଚି ପାରିବୁନି ତୁ
କାରଣ ମୋ ଠାରେ ଚନ୍ଦ୍ର, ସୂର୍ଯ୍ୟ
ତାରାଙ୍କ ସମାହାର
ଯା ଦ୍ୱାରା ତୋ’ ଶରୀର
ହୋଇଥାଏ ଉଜ୍ଜ୍ୱଳ…
ଧରଣୀ ଶୁଣିଲା ତା’ କଥା
କରି ମସ୍ତିଷ୍କ ଥଣ୍ଡା
ତାପରେ ପଚାରିଲା ତାକୁ
କହି ପାରିବୁକି ଆକାଶରେ
ଉଡୁଥିବା ପକ୍ଷୀ
ସନ୍ଧ୍ୟାରେ କାହିଁକି ଫେରେ
ମୋ ପାଖକୁ…
ଆକାଶର ଉତ୍ତର –
ମୁଁ ଯଦି ଉଦ୍ଧତ ଏବଂ ଅହଂକାରୀ
ତୁମେ ହେଉଛ ସବୁ
ସହୁଥିବା ଧରା
ଆକାଶ ଯଦି ସ୍ଵପ୍ନ
ଫୁଲ ହେଉଛି ତୁମ
ମନ ଉପବନର ଚାରା
କାହିଁକି ତୁମେ ହୁଅ ଅଧିରା…
ସତରେ ଆମେ ଦୁହେଁ
ଭଲପାଉ ଦୁହେଁ ଦୁହିଁଙ୍କୁ
ସମୟ କ୍ରମେ ପୁଣି ହେଉ ଉଦ୍ଧତ
ଶୁଣୁନୁ କାହା କଥା
ତୁ ବଡ଼ ମୁଁ ବଡ଼ ବୋଲି
ହୋଇ ଯାଉ ଅଥା ବିଥା
ସହିବା ଗୁଣ ହେଲା ବଡ଼
ଯେ ସହିଥାଏ
ସେ ହେଲା ଶ୍ରେଷ୍ଠ ସବୁଥିରେ… ।
