Categories
Journal Poetry

ପାଞ୍ଚଟି ଏକପଦୀ – ଏକାଦଶ ଭାଗ

Volume.1 – Issue.10 – October 2025
Author – Ramesh Mangaraj
Address – Mahula, Angarapada, Khordha, Odisha
Contact – 8114609280

ଆଉ କେତେଦିନ ଯାତନା ଭୋଗିବି
ଆଉଟା ମନକୁ ନେଇ
ଆକତା ମାକତା ଦେହଟା ହେଲାଣି
ଆସୁନାହଁ କାହିଁ ପାଇଁ ॥

ଆକଟ ମାନୁନି ପାଞ୍ଚମନ ମୋର
ଆଖଡା କରୁଛି ମୋହ
ଆଖିରେ ତମର ଚମକ ଚାହାଣୀ
ଆକର୍ଷିତ କରେ ଦେହ ॥

ଆଦ୍ୟ ଆଷାଢର ପହିଲି ପୁଲକ
ଆନନ୍ଦ କରଇ ମନ
ଆସିଲେ ଭିଜିବା ବରଷା ସାଥିରେ
ଆଉଟି ପୀରତି ଜହ୍ନ ॥

ଆଙ୍କିଛି ମନରେ ତମ ପ୍ରୀତି ଛବି
ଆଖିରେ ତମରି ରୂପ
ଆଡେଇ ପାରୁନି ତମରି ଭାବନା
ଆଘାତେ ଲେଖୁଛି ଗପ ॥

ଆଲୋଡିତ ଏଇ ବୟସ ବେଳାରେ
ଆହତ ଦିଅନା ଆଉ
ଆଶ୍ଳେଷ ନଦେଲେ ନଦିଅ ପଛକେ
ଆହୁରି ସାଧନା ଦାଉ ॥

Share with friends: