Volume.1 – Issue.10 – October 2025
Author – Rajesh Kumar Pattanaik
Address – A Katapalli, Sambalpur, Odisha
Contact – 9937722369
ଧଳା ଚକ୍ ଚକ୍ ପୋଷାକ ଲଗାଇ
କଳା କାମ କିଆଁ କରୁଛି,
ଭଦ୍ରତାର ମୁଖା ପିନ୍ଧି ରାଜନେତା
ଜନତାଙ୍କୁ କିଆଁ ଲୁଟୁଛି ।।
ଗରିବଙ୍କ ପାଇଁ ଆସୁଛି ଯୋଜନା
ବାଟରେ କିଆଁ ଗଳୁଛି,
ଗରିବର ଦାନା ବାଟରୁ କାହିଁକି
ଅମଲା ପାଖକୁ ଯାଉଛି ।।
ଝିଅ ପୁଅ ଯଦି ସମାନ ହେଲେଣି
ଝିଅ ହେଲେ ଦୁଃଖ କାହିଁକି,
ପୁଅ ପାଇଁ ବାର ବରତ ଆଜିବି
ମା କିଆଁ ସତେ ରଖୁଛି ।।
ସମସ୍ତେ ସମାନ ଡିଣ୍ଡିମ କରନ୍ତି
ସବୁ ସରକାର କାହିଁକି,
ଜାତିଭେଦ କିଆଁ ଚାକିରୀ କ୍ଷେତ୍ରରେ
ସବୁଠାରେ ଆଜି ରହିଛି ।।
ଭୋଟ୍ ବ୍ୟାଙ୍କ୍ ସବୁ ରାଜନୀତି ଏଠି
ଲୋକଙ୍କର ପାଇଁ ନୁହେଁ ଟି,
କାମ ସରିଗଲେ ଆଉ କେ ପଚାରେ,
ତୁମକୁ ସେ ଚିନ୍ହି ନାହିଁ ଟି ।।
ଧରମ ନାଁଆରେ ଧରମ ଭିତରେ
କଳି କଜିଆ କାହିଁକି,
ସବୁଠି ଈଶ୍ୱର ରହିଛନ୍ତି ଯଦି
ନାଁ ଭିନ୍ନ କିଆଁ ରହିଛି ।।
ଭାଇ ଭାଇ ଠାରେ ବିଶ୍ଵାସ ରହୁନି
ଜମି ବାଡ଼ି ପାଇଁ ଲଡୁଛି,
ରକତ ର ଭାଇ ରକତ ନେଉଛି
ଏମି ତି କିଆଁ ହେଉଛି ।।
ଜଗତ ଠାକୁର କରୁଛି ବିନତୀ
ମୋ କଥା ରଖିବ କହୁଛି
ହିଂସା ଅହଂକାର ପାପ ଲିଭିଯାଉ
ତୁମ ନାମ ମୁହିଁ ଜପୁଛି ॥
